ନୂଆଦିଲ୍ଲୀ: ବଦଳିଲା ଶହେ ବର୍ଷର ଗଣତନ୍ତ୍ର ମନ୍ଦିରର ଠିକଣା । ନୂଆ ସଂସଦ ଭବନର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପୂଜାର୍ଚ୍ଚନା ସହ ମନ୍ତ୍ର ଉଚ୍ଚାରଣରେ କମ୍ପିଲା ନୂଆ ସଂସଦ ଭବନ ।ନୂଆ ସଂସଦ ଭବନ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଏ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ କରି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହାସହ ଲେଖିଛନ୍ତି, ନୂଆ ସଂସଦ ଭବନ ହେଉଛି ଏକ ଭାରତ, ଶ୍ରେଷ୍ଠ ଭାରତ ଭାବନାର ଉଦାହରଣ। ଲୋକତନ୍ତ୍ରର ମନ୍ଦିରରେ ଓଡିଶାର ଗୌରବଶୀଳ ସଂସ୍କୃତି, ଐତିହର ଛୋଟିଆ ଝଲକ ଦେଖିବାକୁ ମିଳିଛି। ଶକ୍ତି, ବୀରତ୍ୱ ଏବଂ ଗତିଶୀଳତାକୁ ପ୍ରତିଫଳିତ କରି କୋଣାର୍କ ସୂର୍ଯ୍ୟ ମନ୍ଦିରର ଚକ ଦ୍ୱାରା ଅନୁପ୍ରାଣିତ ଏହି ଓଡିଆ କଳାକୃତି ହେଉଛି ଭାରତର ଗୌରବର ପ୍ରତିକ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।