28.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଜନ୍ତର ମନ୍ତରରୁ କୁସ୍ତିଯୋଦ୍ଧାଙ୍କ ତମ୍ବୁ ହଟାଇଲା ପୋଲିସ

ଜନ୍ତର ମନ୍ତରରୁ କୁସ୍ତିଯୋଦ୍ଧାଙ୍କ ତମ୍ବୁ ହଟାଇଲା ପୋଲିସ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘର ସଭାପତି ବ୍ରିଜଭୂଷଣ ସିଂଙ୍କ ବିରୋଧରେ ଦୀର୍ଘ ଦିନ ଧରି ଧାରଣାରେ ବସିଥିବା କୁସ୍ତିଯୋଦ୍ଧା ନୂଆ ସଂସଦ ଭବନ ସାମ୍ନାରେ ପ୍ରଦର୍ଶନ କରିବାକୁ ଘୋଷଣା କରିଥିଲେ । ଜନ୍ତରମନ୍ତରରୁ ନୂଆ ସଂସଦ ଭବନ ଆଡକୁ ଅଗ୍ରସର ହେଉଥିବା ବେଳେ କୁସ୍ତିଯୋଦ୍ଧାଙ୍କୁ ନିଜ ହେପାଜତକୁ ନେଇଛି ପୋଲିସ । ଏହାସହ କୁସ୍ତିଯୋଦ୍ଧାଙ୍କ ତମ୍ବୁ ମଧ୍ୟ ହଟାଇ ଦେଇଛି ।
ନୂଆ ସଂସଦ ଭବନ ଆଡକୁ ମହିଳା କୁସ୍ତିଯୋଦ୍ଧା ଯାଉଥିବା ବେଳେ ଅଟକାଇବାକୁ ପୋଲିସ ବ୍ୟାରିକେଡ କରିଥିଲା । କିନ୍ତୁ ବ୍ୟାରିକେଡ ଭାଙ୍ଗି କୁସ୍ତିଯୋଦ୍ଧା ଆଗକୁ ବଢୁଥିବା ବେଳେ ପୋଲିସ ସାକ୍ଷୀ ମଲ୍ଲିକଙ୍କ ସମେତ ଅନ୍ୟ ମହିଳା କୁସ୍ତିଯୋଦ୍ଧାକୁ ନିଜ ହେପାଜତକୁ ନେଇଛି । ତେବେ ଅନ୍ୟ କୁସ୍ତିଯୋଦ୍ଧା ମାନେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିବାକୁ ଅଧିକାର ଦର୍ଶାଇବା ସହ ପୋଲିସ ତାଙ୍କୁ ଦେଶବିରୋଧୀ କହିଥିବାର ଅଭିଯୋଗ ଆଣିଛନ୍ତି ।

ଦିଲ୍ଲୀ ମହିଳା ଆୟୋଗର ମୁଖ୍ୟ ସ୍ୱାତୀ ମାଲିୱାଲ ଏକ ଫଟୋ ଟ୍ୱିଟ୍ କରି କହିଛନ୍ତି, ଏହି ଫଟୋରେ ସଙ୍ଗୀତା ଫୋଗଟ ଓ ବିନେଶ ଫୋଗଟ ଦୁଇ ଭଉଣୀ ପରସ୍ପରକୁ କୁଣ୍ଢାଇ ଧରିବା ସହ ତଳେ ପଡିଥିବାର ଦେଖିବାକୁ ମିଳୁଛି । ଏହାସହ ଦିଲ୍ଲୀ ପୋଲିସକୁ ଟାର୍ଗେଟ କରି କହିଛନ୍ତି. ଏହି ଝିଅ ହିଁ ବିଦେଶ ମାଟିରେ ଭାରତର ତ୍ରିରଙ୍ଗାର ଗର୍ବ ବଢାଇଥିଲେ । ଆଜି ଏହି ଝିଅଙ୍କୁ ଏଭଳି ଭାବରେ ଘୋଷାଡି ନିଆଯାଉଛି ଏବଂ ତ୍ରିରଙ୍ଗାକୁ ରାସ୍ତାରେ ଅପମାନିତ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking