26.1 C
Bhubaneswar
Friday, June 6, 2025
Homeଓଡିଶାଆଇଏସ୍‌ଆଇ ହାତରେ ଓଡ଼ିଶା ସିମ୍‌କାର୍ଡ; ଆତଙ୍କୀ ସମ୍ପର୍କ ଖୋଜୁଛନ୍ତି ଦୁଇ ତଦନ୍ତକାରୀ ଦଳ

ଆଇଏସ୍‌ଆଇ ହାତରେ ଓଡ଼ିଶା ସିମ୍‌କାର୍ଡ; ଆତଙ୍କୀ ସମ୍ପର୍କ ଖୋଜୁଛନ୍ତି ଦୁଇ ତଦନ୍ତକାରୀ ଦଳ

ଭୁବନେଶ୍ବର : ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ହାତରେ ଓଡ଼ିଶା ସିମକାର୍ଡ ଘଟଣା ନୂଆ ମୋଡ଼ ନେଇଛି । ଆତଙ୍କବାଦ ବିରୋଧ ସ୍କ୍ବାଡ (ଏଟିଏସ୍‌) ଓ ଜାତୀୟ ଅନୁସନ୍ଧାନକାରୀ ସଂସ୍ଥା (ଏନ୍‌ଆଇଏ) ରବିବାର ରାଜଧାନୀରେ ପହଞ୍ଚି ଜିମାରେ ଥିବା ସଫ୍ଟୱେର ଇଞ୍ଜିନିୟର ଅଭିଜିତ ସଞ୍ଜୟ ଜାମ୍ବୁରୁକୁ ମାରାଥନ ଜେରା ଚଳାଇଛନ୍ତି। ପାକିସ୍ତାନ ସେନାର ବରିଷ୍ଠ ଗୁଇନ୍ଦା ଅଧିକାରୀ ଅବଦୁଲ ହମିଦ ଓରଫ ଖୁରନ୍‌ ସହ ଅଭିଜିତର ଭଲ ସମ୍ପର୍କ ଥିଲା। ଉଭୟ ପ୍ରତିଦିନ ହ୍ବାଟ୍ସଆପରେ କଥା ହୁଅନ୍ତି।

ପାକିସ୍ତାନ ଆଇଏସ୍‌ଆଇ ଏଜେଣ୍ଟମାନଙ୍କ ସହିତ ତାର କେମିତି ଥିଲା ସମ୍ପର୍କ ? କେମିତି ହେଉଥିଲା ଟଙ୍କା କାରବାର ? ଜାତୀୟ ସୁରକ୍ଷା ସମ୍ବନ୍ଧୀୟ କେଉଁ ସବୁ ତଥ୍ୟ ସେ ପାକିସ୍ତାନ ଗୁଇନ୍ଦାକୁ ଦେଇଛି। ଭାରତରେ ଆଉ କେତେଜଣ ଏଜେଣ୍ଟ ଅଛନ୍ତି ? ଏମିତି କିଛି ପ୍ରଶ୍ନର ଉତ୍ତର ଖୋଜୁଛି ଏଟିଏସ୍‌। ପୂର୍ବରୁ ଗିରଫ ନୟାଗଡ଼ର ପଠାଣିସାମନ୍ତ ଲେଙ୍କା ଜରିଆରେ ଅଭିଜିତ୍‌ ସିମକାର୍ଡ ପାକିସ୍ତାନକୁ ଯୋଗାଉଥିଲା। ପ୍ରତି ସିମ୍‌କାର୍ଡର ଓଟିପି ପିଛା ପଠାଣିକୁ ସେ ୫ଶହରୁ ଏକ ହଜାର ଟଙ୍କା ଦେଉଥିଲା। ସେପଟେ ଅଭିଜିତ ଏବେ କ୍ରାଇମବ୍ରାଞ୍ଚ୍‌ ସ୍ବତନ୍ତ୍ର କାର୍ଯ୍ୟବଳ (ଏସ୍‌ଟିଏଫ୍‌) ଜିମାରେ ରହିଛି। ତଦନ୍ତକାରୀ ଦଳ ମଧ୍ୟ ତାକୁ ଜେରା କରୁଛି।

ସୂଚନାଯୋଗ୍ୟ, ଏହି ଘଟଣାରେ ଏବେସୁଦ୍ଧା ଏସ୍‌ଟିଏଫ ଅଭିଜିତ ସମେତ ୫ ଜଣଙ୍କୁ ଗିରଫ କରିଛି। ‌୪ ଜଣ ଓଡ଼ିଶାରୁ ଗିରଫ ହୋଇଥିବା ବେଳେ ଜଣଙ୍କୁ ପୁଣେରୁ ଗିରଫ କରିଥିଲା। ୪ ଓଡ଼ିଆଙ୍କ ମଧ୍ୟରେ ନୟାଗଡ଼ର ପଠାଣି ସାମନ୍ତ ଥିଲା ମାଷ୍ଟରମାଇଣ୍ଡ। ପଠାଣି ଜରିଆରେ ପାକିସ୍ତାନ ଆଇଏସ୍‌ଆଇ ଏଜେଣ୍ଟ ପାଖକୁ ଯାଉଥିଲା ଓଡ଼ିଶା ସିମକାର୍ଡ଼। ଏଟିଏସ୍‌ ଓ ଏନ୍‌ଆଇଏ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଆହୁରି ଅନେକ ଲୋକଙ୍କ ଚେହେରା ସାମ୍ନାକୁ ଆସିବ ବୋଲି ଜଣାପଡିଛି। ଆଇଏସ୍‌ଆଇ ଏଜେଣ୍ଟଙ୍କ ଜରିଆରେ ସିମ୍‌କାର୍ଡ ନେଉଥିଲା ପାକିସ୍ତାନ ସେନା। ପାକିସ୍ତାନରେ ଓଡିଶା ସିମ୍‌କାର୍ଡକୁ ବ୍ୟବହାର କରୁଥିଲେ। ଉକ୍ତ ସିମ୍‌କାର୍ଡ ଜରିଆରେ ସାମାଜିକ ଗଣମାଧ୍ୟମରେ ଆକାଉଣ୍ଟ ଖୋଲି ସେମାନେ ଦେଶ ବିରୋଧୀ ନାରାବାଜି ଦେଉଥିଲେ। ଏହାକୁ ଗୁରୁତ୍ଵର ସହ ଗ୍ରହଣ କରିଛି ଜାତୀୟ ତଦନ୍ତକାରୀ ଦଳ। ଏଟିଏସ୍‌ ଓ ଏନ୍‌ଆଇଏ ଆତଙ୍କୀ ସମ୍ପର୍କ ଖୋଜୁଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking