24.4 C
Bhubaneswar
Sunday, December 22, 2024
Homeଓଡିଶାବସ୍ତି ସଂଖ୍ୟାରେ ଓଡ଼ିଶାର ସ୍ଥାନ ଦେଶରେ ପଞ୍ଚମ

ବସ୍ତି ସଂଖ୍ୟାରେ ଓଡ଼ିଶାର ସ୍ଥାନ ଦେଶରେ ପଞ୍ଚମ

ଭୁବନେଶ୍ୱର : ରାଜ୍ୟର ସହରାଞ୍ଚଳକୁ ବସ୍ତିମୁକ୍ତ କରିବାରେ ରାଜ୍ୟ ସରକାର ସଫଳତା ହାସଲ କରିଛନ୍ତି । ସର୍ବଭାରତୀୟ ସ୍ତରରେ ବସ୍ତି ସଂଖ୍ୟାରେ ତୃତୀୟ ସ୍ଥାନରେ ଥିବା ଓଡ଼ିଶା ଏବେ ୫ମ ସ୍ଥାନକୁ ଆସିଛି । ଅର୍ଥାତ୍ ବସ୍ତି ସଂଖ୍ୟା କମ୍ କରିବାରେ ରାଜ୍ୟ ସରକାର ସଫଳତା ହାସଲ କରିଛନ୍ତି ।
ଆଗାମୀ ୨୦୨୩ ଶେଷସୁଦ୍ଧା ରାଜ୍ୟର ସହରଗୁଡ଼ିକୁ ବସ୍ତିମୁକ୍ତ କରିବା ପାଇଁ ସରକାର ବିଧାନସଭାରେ ୨୦୨୧ରେ ଆଇନ ପ୍ରଣୟନ କରିଛନ୍ତି । ଏଥିପାଇଁ ସରକାର କର୍ମଚାରୀଙ୍କ ଦରମାକୁ ଛାଡ଼ି ବସ୍ତିବାସିନ୍ଦାଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ୨୮୯୫ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି । ଏହି ଅର୍ଥରୁ ୨୦୨୦-୨୧ ଓ ୨୦୨୧-୨୨ ସୁଦ୍ଧା ବସ୍ତି ଉନ୍ନୟନ ପାଇଁ ରାଜ୍ୟ ସରକାର ୭୨୩. ୭୫ କୋଟି ଟଙ୍କା ଖର୍ଚ୍ଚ କରିସାରିଲେଣି । କେନ୍ଦ୍ର ସରକାରଙ୍କ ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ଓଡ଼ିଶାର ମୋଟ ଲୋକସଂଖ୍ୟାର ୭.୧ ପ୍ରତିଶତ ଲୋକ ବସ୍ତିରେ ବସବାସ କରୁଛନ୍ତି । ପୂର୍ବରୁ ଏହା ୧୭ ପ୍ରତିଶତ ଥିଲା । ଏ କ୍ଷେତ୍ରରେ ତାମିଲନାଡ଼ୁ ୨୯.୭ ପ୍ରତିଶତ ସହିତ ପ୍ରଥମ ସ୍ଥାନରେ ଥିବାବେଳେ, ଆନ୍ଧ୍ରପ୍ରଦେଶରେ ୯ ପ୍ରତିଶତ, ମଧ୍ୟପ୍ରଦେଶରେ ୮.୭ ପ୍ରତିଶତ ଓ ପଶ୍ଚିମବଙ୍ଗରେ ୭.୫ ପ୍ରତିଶତ ଲୋକ ବସ୍ତିରେ ଜୀବନ ବିତାଉଛନ୍ତି ।

ଅନୁସୂଚିତ ଜାତି ଓ ଜନଜାତି ମୋଟ ଜନସଂଖ୍ୟାର ୧୦ ପ୍ରତିଶତ ଲୋକ ବସ୍ତିରେ ରହି ଜୀବିକା ନିର୍ବାହ କରିବାକୁ ବାଧ୍ୟ ହେଉଛନ୍ତି ବୋଲି ଜଣାପଡ଼ିଛି। ଦେଶର ସହରାଞ୍ଚଳରେ ୬୦ ପ୍ରତିଶତ ବସ୍ତି ସରକାରୀ ଜମିରେ ଗଢ଼ି ଉଠିଥିବାବେଳେ ୪୦ ପ୍ରତିଶତ ବସ୍ତି ପୌର ପରିଷଦର ଜମିରେ ଗଢ଼ି ଉଠିଛି ।
ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ଥିବା ସରକାରୀ ଜମିରେ ୪୩୬ଟି ବସ୍ତି ରହିଥିବା ସରକାରୀ ସୂଚନାରୁ ଜଣାପଡ଼ିଛି । ଏହି ବସ୍ତିଗୁଡ଼ିକରେ ୮୦୬୬୫ଟି ଘର ଥିବାବେଳେ ୩ଲକ୍ଷ ୧ହଜାର ୬୧୧ଜଣ ଲୋକ ରହୁଥିବା ବିଏମସି ପକ୍ଷରୁ କୁହାଯାଉଥିଲେ ହେଁ ଏହାର ପ୍ରକୃତ ସଂଖ୍ୟା ବହୁ ଅଧିକ । ଖୋର୍ଦ୍ଧା ଜିଲ୍ଳାରେ ୪୯୩ଟି ବସ୍ତିରେ ୮୩ ହଜାର ୭୭୩ଜଣ ବାସ କରୁଛନ୍ତି । କଟକ ସହରରେ ୨୬୪ଟି ବସ୍ତି ଥିବାବେଳେ ଏଥିରେ ୩୨,୧୦୬ଜଣ ଲୋକ ବାସ କରୁଛନ୍ତିବୋଲି ସିଏମ୍‌ସି ପକ୍ଷରୁ କୁହାଯାଇଛି । କଟକ ଜିଲ୍ଲାରେ ୩୦୭ଟି ବସ୍ତିରେ ୩୫,୫୭୫ଜଣ ଲୋକ ବାସ କରୁଛନ୍ତି । ରାଉରକେଲା ସହରରେ ୧୧୫ଟି ବସ୍ତଥିବାବେଳେ ୩୪,୬୦୨ଜଣ ଲୋକ ବାସ କରୁଛନ୍ତି । ଗଞ୍ଜାମ ଜିଲ୍ଲାରେ ୩୫୩ଟି ବସ୍ତିରେ ୪୩,୪୪୦ଜଣ ବାସ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking