26.1 C
Bhubaneswar
Sunday, January 19, 2025
Homeଓଡିଶାତାପସଙ୍କୁ ମିଳିଲା ନୂଆ ଜୀବନ, ସାହା ହେଲା ଓଡ଼ିଶା-ମୋ ପରିବାର

ତାପସଙ୍କୁ ମିଳିଲା ନୂଆ ଜୀବନ, ସାହା ହେଲା ଓଡ଼ିଶା-ମୋ ପରିବାର

ଭୁବନେଶ୍ୱର : ଦୁର୍ଘଟଣାଗ୍ରସ୍ତ ଜନୈକ ଯୁବକ ତାପସଙ୍କ ଜୀବନରେ ଘୋଟି ଆସିଥିବା ଅନ୍ଧକାରକୁ ଦୂର କଲା ଓଡ଼ିଶା-ମୋ ପରିବାର । ଜୀବନ ଜିଇବା ଦୁର୍ବିସହ ହୋଇପଡ଼ିଥିଲା ତାଙ୍କର, ତାଙ୍କ ଜୀବନକୁ ସରଳପୂର୍ଣ୍ଣ କରିବା ପାଇଁ ଆଶାର ଆଲୋକ ସାଜି ଓଡ଼ିଶା-ମୋ ପରିବାର ଯୋଗାଇଦେଲା “କୃତ୍ରିମ ଅଙ୍ଗ”

ସୂଚନା ଯୋଗ୍ୟ, କେନ୍ଦ୍ରାପଡ଼ା ଜିଲ୍ଲା ପଦମପୁର ଅଞ୍ଚଳର ୨୯ବର୍ଷିୟ ଯୁବକ ତାପସ ଦାସ ବେଙ୍ଗାଲୁରୁର ଏକ ଘରୋଇ କମ୍ପାନୀରେ ମେକାନିକ ଭାବେ କାର୍ଯ୍ୟ କରୁଥିଲେ । ଗତ ୨୦୧୪ ମସିହାରେ ସେ କାମ କରୁଥିବା ସମୟରେ ହଠାତ୍ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇ ଡାହାଣ ଗୋଡ଼ ତଳକୁ ହରାଇଥିଲେ । ପରେ, ତାଙ୍କୁ ଏକ କୃତ୍ରିମ ଗୋଡ ଯୋଗାଇ ଦେବା ପାଇଁ ସେ ମାନ୍ୟବର ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଅନୁରୋଧ କରିଥିଲେ । ଶ୍ରୀ ନାୟକ, ଏହି ବିଷୟକୁ ଗୁରୁତ୍ଵ ଦେଇ ଘଟଣା ସମ୍ପର୍କରେ ତଦାରଖ କରିବା ପାଇଁ ଓଡ଼ିଶା-ମୋ ପରିବାରକୁ ସୂଚନା ଦେଲା ପରେ ତୁରନ୍ତ ପଦକ୍ଷେପ ନିଆଯାଇ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ପରିସରଭୁକ୍ତ ଏ.ଆର.ସି ସହିତ ସମନ୍ଵୟ ରକ୍ଷା କରି ତାପସଙ୍କୁ ଆଜି ଏକ କୃତ୍ରିମ ଗୋଡ଼ ଯୋଗାଇ ଦିଆଯାଇଛି ।
ତାଙ୍କୁ କୃତ୍ରିମ ଗୋଡ଼ ପ୍ରଦାନ କରାଯିବା ସମୟରେ ମାନ୍ୟବର ମନ୍ତ୍ରୀ ଶ୍ରୀ ନାୟକଙ୍କ ସମେତ ବିଜୁ ଜନତା ଦଳ ତଥା ଓଡ଼ିଶା-ମୋ ପରିବାର ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ ଓ ଶ୍ରୀ ରଞ୍ଜିତ ରାୟ ଏବଂ ପ୍ରବାସୀ ଓଡ଼ିଆ ଉପଦେଷ୍ଟା ଶ୍ରୀ ସୁରେନ୍ଦ୍ରନାଥ ମହାପାତ୍ର (ଓଡ଼ିଶା-ମୋ ପରିବାର) ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking