29.1 C
Bhubaneswar
Saturday, April 27, 2024
Homeଓଡିଶାମିଶନ ଶକ୍ତି ମହିଳାଙ୍କ ସ୍ବାସ୍ଥ୍ୟର ଯତ୍ନ ନେଲା ଓଡ଼ିଶା-ମୋ ପରିବାର

ମିଶନ ଶକ୍ତି ମହିଳାଙ୍କ ସ୍ବାସ୍ଥ୍ୟର ଯତ୍ନ ନେଲା ଓଡ଼ିଶା-ମୋ ପରିବାର

ଭୁବନେଶ୍ୱର :  ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଯୋଜନାମାନ କରିଛନ୍ତି ଏବଂ ଓଡ଼ିଆମାନଙ୍କର ଯତ୍ନ ନେବା ପାଇଁ ଓଡ଼ିଶା-ମୋ ପରିବାର ଗଠନ କରିଛନ୍ତି। ବିଭିନ୍ନ ଯୋଜନା ଗୁଡିକ ମଧ୍ୟରୁ ‘ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ‘ ଜନ ସ୍ବାସ୍ଥ୍ୟ କଲ୍ୟାଣ କ୍ଷେତ୍ରରେ ଏକ ସଞ୍ଜିବନୀ ପରି କାର୍ଯ୍ୟ କରୁଛି। ଏହାର ଏକ ସ୍ବତନ୍ତ୍ର ଉଦାହରଣ ଦେଖିବାକୁ ମିଳିଛି ମିଶନ ଶକ୍ତିରେ ଗୋଷ୍ଠି ସହାୟିକା (ସି. ଆର.ପି) ଥିବା ଜନୈକ ମହିଳାଙ୍କ କ୍ଷେତ୍ରରେ। ହଠାତ୍, ଦୁର୍ଘଟଣାରେ ଆହତ ହୋଇ ମୃତ୍ୟୁ ସହ ଲଢେ଼ଇ କରୁଥିଲେ। କିନ୍ତୁ ଓଡ଼ିଶା-ମୋ ପରିବାରର ସହାୟତା ଏବଂ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ତାଙ୍କୁ ନୂଆ ଜୀବନ ଦେଇଛି।

ଘଟଣା ଏହିଭଳି, କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକର ମହିଳା ଦମୟନ୍ତୀ ସାମଲ(୪୭ବର୍ଷ) ନିଜେ ରୋଜଗାରକ୍ଷମ ହୋଇ ପରିବାର ଚଳାଇବା ପାଇଁ ମିଶନ ଶକ୍ତିରେ ଯୋଡ଼ି ହୋଇଥିଲେ।ସେ ତାଙ୍କ ସମିତିରେ ମିଶନ ଶକ୍ତି ସି. ଆର.ପି ଭାବରେ କାର୍ଯ୍ୟରତ ଥିଲେ। ତାଙ୍କ ଇଛାଶକ୍ତିକୁ ସମ୍ମାନ ଜଣାଇ ମିଶନ ଶକ୍ତି ପକ୍ଷରୁ ତାଙ୍କୁ ଏକ ଅଟୋରିକ୍ସା ମିଳିଥିଲା। ଯାହା ମାଧ୍ୟମରେ ସେ ନିକଟସ୍ଥ ବିଦ୍ୟାଳୟର ଛୋଟ ଛୋଟ ପିଲାମାନଙ୍କୁ ସ୍କୁଲ ନେବା ଆଣିବା କରୁଥିଲେ। ହଠାତ୍, ଗତ ଏପ୍ରିଲ ୧୯ତାରିଖରେ ତାଙ୍କର ଅଟୋ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଚଳନ୍ତା ଅଟୋରେ ପିଲାମାନେ କେହି ବସି ନଥିଲେ, କିନ୍ତୁ ସେ ଗୁରୁତର ଭାବେ ଆହତ ହୋଇ କେନ୍ଦ୍ରାପଡ଼ା ଜିଲ୍ଲା ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ପ୍ରାରମ୍ଭିକ ଚିକିତ୍ସା ପରେ, ଡାକ୍ତର ତାଙ୍କୁ ଭୁବନେଶ୍ଵରର କୌଣସି ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥିଲେ। ପରିବାରବର୍ଗ ସମ୍ପୂର୍ଣ୍ଣ ଅସହାୟ ଥିବାରୁ, ସ୍ଥାନୀୟ ବିଧାୟିକା ଶ୍ରୀମତୀ ସାବିତ୍ରୀ ଅଗ୍ରୱାଲାଙ୍କର ସାହାଯ୍ୟ ଲୋଡ଼ିଥିଲେ। ବିଧାୟିକାଙ୍କ ପ୍ରତିନିଧି, ଶ୍ରୀ ସଞ୍ଜୟ ଅଗ୍ରୱାଲା ଘଟଣା ସମ୍ପର୍କରେ ଓଡିଶା-ମୋ ପରିବାରକୁ ଜଣାଇବା ପରେ ତୁରନ୍ତ ପଦକ୍ଷେପ ନିଆଯାଇ ତାଙ୍କୁ ବିବେକାନନ୍ଦ ହସ୍ପିଟାଲ୍ କୁ ଅଣାଯାଇଥିଲା। ସମ୍ ହସ୍ପିଟାଲରେ କାର୍ଯ୍ୟରତ ଥିବା ଓଡିଶା-ମୋ ପରିବାର ହେଲ୍ପଡେସ୍କ ସଂଯୋଜକ ଶ୍ରୀ ରଶ୍ମି ରଂଜନ ପ୍ରଧାନ ତୁରନ୍ତ ତାଙ୍କ ପାଖରେ ପହଞ୍ଚି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧିନରେ ଚିକିତ୍ସା ପାଇଁ ଆବଶ୍ୟକୀୟ କାଗଜ ପତ୍ର ପୂରଣ ପ୍ରକ୍ରିୟାରେ ତାଙ୍କୁ ସାହାଯ୍ୟ କରିଥିଲେ। ପରେ ତାଙ୍କର ଚିକିତ୍ସା ଚାଲିଥିଲା ଏବଂ ମୁଁହ, ହାଥ, ଗୋଡ଼ରେ ଅଧିକ ଆଘାତ ଲାଗିଥିବାରୁ ତାଙ୍କର ପ୍ଲାଷ୍ଟିକ ସର୍ଜରି ହୋଇଥିଲା। ଅସ୍ତ୍ରୋପଚାର ସଫଳ ହେଲା ପରେ ଦମୟନ୍ତୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ତାଙ୍କ ଘରକୁ ନିରାପଦରେ ଫେରିବା ପାଇଁ ବିଧାୟିକା ସାବିତ୍ରୀ ଅଗ୍ରୱାଲାଙ୍କର ପ୍ରତିନିଧି, ଶ୍ରୀ ସଞ୍ଜୟ ଅଗ୍ରୱାଲା ଯାତାୟାତ ସହାୟତା ଯୋଗାଇ ଦେଇଥିଲେ।

ତାଙ୍କର ଏହି ସଙ୍କଟ ସମୟରେ ସାହାଯ୍ୟର ହାତ ବଢାଇ ଥିବାରୁ, ଦମୟନ୍ତୀଙ୍କ ସ୍ବାମୀ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା-ମୋ ପରିବାରକୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking