35.1 C
Bhubaneswar
Sunday, May 10, 2026
Homeଓଡିଶାରାଜରାସ୍ତାରେ ବସିଲେ କନିଷ୍ଠ ଶିକ୍ଷକ ଆଶାୟୀ ସଂଘ

ରାଜରାସ୍ତାରେ ବସିଲେ କନିଷ୍ଠ ଶିକ୍ଷକ ଆଶାୟୀ ସଂଘ

ଭୁବନେଶ୍ବର : ପୁଣି ରାଜରାସ୍ତାରେ ବସିଲେ ଓଡ଼ିଶା କନିଷ୍ଠ ଶିକ୍ଷକ ଆଶାୟୀ ସଂଘ ଓଡିଶା କନିଷ୍ଠ ଶିକ୍ଷକ ଆଶାୟୀ ସଂଘ । ହାଇକୋର୍ଟ ନିର୍ଦ୍ଦେଶ ସତ୍ତ୍ବେ ନିଯୁକ୍ତି କାର୍ୟ୍ୟ ହୋଇପାରୁନଥିବା ଅଭିଯୋଣ ଆଣି ପୁଣି ବିକ୍ଷୋଭ ପଦର୍ଶନ କରିଛନ୍ତି ଶିକ୍ଷକ। ଉଚ୍ଚ ନ୍ୟାୟାଳୟଙ୍କ ପରାମର୍ଶ ଅନୁଯାୟୀ ସମ୍ପୂର୍ଣ୍ଣ ପଦବୀ ପୂରଣ ପାଇଁ ସରକାର କାର୍ଯ୍ୟ କରିବାକୁ ଗତ ୧୮ ତାରିଖରେ ରାୟ ଦେଇଥିଲେ। କିନ୍ତୁ ୨୦ ଦିନରୁ ଉର୍ଦ୍ଧ୍ବ ସମୟ ବିତି ଯାଇଥିଲେ ବି ଏଯାଏ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇପାରୁନି। ଶିକ୍ଷାବର୍ଷ ଆରମ୍ଭ ହେବାର ୪ ମାସ ବିତିଗଲାଣି କିନ୍ତୁ ଏବେ ବି ବିନା ଶିକ୍ଷକରେ ବିଦ୍ୟାଳୟ ଚାଲୁଥିବା ଦେଖାଯାଉଛି। ଏପଟେ ଚାକିରୀ ପାଉନାହାନ୍ତି ଆଶାୟୀ ଶିକ୍ଷକ, ସେପଟେ ସ୍କୁଲରେ ଶିକ୍ଷକ ଅଭାବ। ତେଣୁ ମେରିଟଲିଷ୍ଟ କାଏମ ରଖି ସରକାର ପଦକ୍ଷେପ ଯେତେପର୍ଯ୍ୟନ୍ତ ନେବେ ନାହିଁ ସେପର୍ଯ୍ୟନ୍ତ ଏଠି ରାଜରାସ୍ତାରେ ବସି ରହିବାକୁ ଜିଦ ଧରିଛି ଓଡ଼ିଶା କନିଷ୍ଠ ଶିକ୍ଷକ ଆଶାୟୀ ସଂଘ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking