13.1 C
Bhubaneswar
Sunday, January 18, 2026
Homeଓଡିଶାଡେଙ୍ଗୁ ସଂକ୍ରମଣ ; ସବୁ ଜିଲ୍ଲାପାଳଙ୍କୁ ସ୍ୱାସ୍ଥ୍ୟବିଭାଗର ଚିଠି

ଡେଙ୍ଗୁ ସଂକ୍ରମଣ ; ସବୁ ଜିଲ୍ଲାପାଳଙ୍କୁ ସ୍ୱାସ୍ଥ୍ୟବିଭାଗର ଚିଠି

ଭୁବନେଶ୍ୱର : ରାଜ୍ୟରେ ଡେଙ୍ଗୁ ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ତତ୍ପର ହୋଇଛି ସ୍ୱାସ୍ଥ୍ୟ ବିଭାଗ। ଗତ ୫ ବର୍ଷ ଭିତରେ ରାଜ୍ୟର ଯେଉଁ ଅଞ୍ଚଳ ଡେଙ୍ଗୁ ହଟ୍‌ସ୍ପଟ୍ ରହିଆସିଛି, ସେସବୁ ଅଞ୍ଚଳକୁ ମ୍ୟାପିଂ କରିବା ସହ ସେଠାରେ ସର୍ବେକ୍ଷଣ ଆରମ୍ଭ ଲାଗି ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ସବୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ।। ଏଣେ ଭୁବନେଶ୍ୱର ମେୟର ସୁଲୋଚନା ଦାସ କହିଛନ୍ତି, ଡେଙ୍ଗୁ ନିୟନ୍ତ୍ରଣକୁ ନେଇ ବିଏମସି ବିଭିନ୍ନ ପଦକ୍ଷେପ ନେଉଛି। ଭୁବନେଶ୍ୱରରେ ଡେଙ୍ଗୁ ନିୟନ୍ତ୍ରଣରେ ଅଛି। ମଶା ଅଣ୍ଡା ସ୍ଥାନରେ ମଶା ତେଲ ପକାଯାଉଛି। ବର୍ଷା ପାଇଁ ଫଗିଂ ବନ୍ଦ ଥିଲା ଏବେ ପୁଣି ଫଗିଂ କରାଯିବ। ଲୋକଙ୍କୁ ମଧ୍ୟ ସଚେତନ କରାଯାଉଛି। ଶୁଖିଲା ଦିବସ ପାଳନ ହେଉଛି। ବର୍ତ୍ତମାନ ଟାୟାର ଲୀଫ୍ଟଟିଂ ଆରମ୍ଭ ହେବ। ପାର୍କମାନଙ୍କରେ ଗଛଲତା ବଢ଼ିଗଲେଣି। ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ପାର୍କ ମେଣ୍ଟେନାନ୍ସ ଦାୟିତ୍ୱ ଦିଆଯାଇଥିଲା। ସେମାନେ ଠିକରେ ଦାୟିତ୍ଵ କରିପାରୁନଥିବା ଅଭିଯୋଗ ଆସିଛି। ବିଏମସି ଏନେଇ ନିଜେ ପଦକ୍ଷେପ ନେବ। ବୁଶ କଟିଂ କରାଯାଉଛି। ବର୍ଷା ଯୋଗୁଁ ଗଛ , ଘାସ ଜଲଦି ବଢିଯାଉଛି । ହେଲେ ବିଏମସି ଡେଙ୍ଗୁ ଓ ମଶା ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking