30.1 C
Bhubaneswar
Monday, May 20, 2024
Homeଓଡିଶାଟିକା ପାଇଁ କେନ୍ଦ୍ରକୁ ଚିଠି ଲେଖିଲା ଓଡ଼ିଶା

ଟିକା ପାଇଁ କେନ୍ଦ୍ରକୁ ଚିଠି ଲେଖିଲା ଓଡ଼ିଶା

ଭୁବନେଶ୍ୱର: ବିଶ୍ୱର ବିଭିନ୍ନ ଦେଶରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ରାଜ୍ୟ ସରକାର ଏନେଇ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଶୁକ୍ରବାର କେନ୍ଦ୍ର ସରକାରଙ୍କୁ ଚିଠି ଲେଖି କୋଭିଡ୍ ପ୍ରିକସନ୍ ଟିକା କାର୍ଯ୍ୟକ୍ରମ ପୁଣିଥରେ ଆରମ୍ଭ କରିବା ନିମନ୍ତେ ଅନୁରୋଧ କରିଛନ୍ତି । ଏବେ ସରକାରୀ ହସ୍ପିଟାଲଗୁଡ଼ିକରେ କୌଣସି ପ୍ରିକସନ୍ ଡୋଜ୍ ଟିକା ନାହିଁ । କିନ୍ତୁ ଲୋକମାନେ ଏବେ ଏହି ଟିକା ନେବା ପାଇଁ ଚାହୁଁଥିବାରୁ ପ୍ରିକସନ୍ ଡୋଜ୍ ଟିକା ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କୁ ଓଡ଼ିଶା ଅନୁରୋଧ କରିଛି । ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖି କହିଛନ୍ତି, ରାଜ୍ୟରେ କୋଭିଡ୍ ଟିକା ଏପର୍ଯ୍ୟନ୍ତ ୮.୧୪ କୋଟି ଦିଆଯାଇସାରିଛି । ସେମାନଙ୍କ ମଧ୍ୟରେ ୧୨ବର୍ଷ ବୟସରୁ ଊର୍ଦ୍ଧ୍ୱ  ୩.୫୨ କୋଟି (୯୭%) ଲୋକ ପ୍ରଥମ ଡୋଜ୍ ନେଇଥିବା ବେଳେ ୩.୩୦କୋଟି ଲୋକ(୯୧%) ଦ୍ୱିତୀୟ ଡୋଜ୍ ନେଇସାରିଛନ୍ତି । ସେହିପରି ୧୮ବର୍ଷ ବୟସରୁ ଅଧିକ ୧.୩୧ କୋଟି ଲୋକ(୪୧%) ପ୍ରିକସନ୍ ଡୋଜ୍ ନେଇଛନ୍ତି । ତେବେ ଭାରତ ସରକାରଙ୍କ ଦ୍ୱାରା ଦିଆଯାଇଥିବା କୋଭିଡ୍ ଟିକା ୨୦୨୨ ନଭେମ୍ବର ୨୮ତାରିଖ ସୁଦ୍ଧା ଶେଷ ହୋଇସାରିଛି । ଏବେ ରାଜ୍ୟରେ ସରକାରୀ ଭାବେ କୋଭିଡ୍ ଟିକା ମହଜୁଦ ନାହିଁ । କିନ୍ତୁ ଏବେ ବିଦେଶରେ ସଂକ୍ରମଣ ବ୍ୟାପୁଥିବାରୁ ପ୍ରିକସନ୍ ଡୋଜ୍ ନେବା ପାଇଁ ଲୋକମାନେ ଆଗ୍ରହ ଦେଖାଇବା ସହ ଚାପ ପକାଉଛନ୍ତି । ରାଜ୍ୟରେ ୧୮ବର୍ଷ ବୟସରୁ ଅଧିକ ୩.୨୫କୋଟି ଲୋକ ପ୍ରିକସନ୍ ଡୋଜ୍ ପାଇଁ ଯୋଗ୍ୟ ହୋଇଥିବା ବେଳ ମାତ୍ର ୧.୩୧ କୋଟି ଲୋକଙ୍କୁ ଏହି ପ୍ରକସନ୍ ଡୋଜ୍ ଦେବା ସମ୍ଭବପର ହୋଇଛି । ଏବେବି ୧.୯୩ କୋଟି ଲୋକ (୫୯%) ଟିକା ନେଇନାହାନ୍ତି । ତେଣୁ ସରକାରୀ ଟିକା କେନ୍ଦ୍ରରେ ଏହି ବାକି ଥିବା ଲୋକଙ୍କୁ ପ୍ରିକସନ୍ ଡୋଜ୍ ଦେବା ନିମନ୍ତେ ଆବଶ୍ୟକ ଟିକା ଯୋଗାଇ ଦେବାକୁ ପଦକ୍ଷେପ ନେବା ପାଇଁ ସ୍ୱାସ୍ଥ୍ୟ ସଚିବ ଶ୍ରୀମତି ପଣ୍ଡିତ୍ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking