31.1 C
Bhubaneswar
Sunday, May 19, 2024
Homeଓଡିଶାନୂଆ ଭାରିଆଣ୍ଟକୁ ପ୍ରତିହତ କରିପାରିବ ବୁଷ୍ଟର ଡୋଜ୍‌

ନୂଆ ଭାରିଆଣ୍ଟକୁ ପ୍ରତିହତ କରିପାରିବ ବୁଷ୍ଟର ଡୋଜ୍‌

ଭୁବନେଶ୍ୱର: ଓଡ଼ିଶାରେ କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ ହେବା ପରେ ରାଜ୍ୟବାସୀଙ୍କ ଚିନ୍ତା ବଢ଼ିଯାଇଛି । ଏହାକୁ କିପରି ମୁକାବିଲା କରାଯିବ ତାକୁ ନେଇ ରାଜ୍ୟ ସରକାର ମଧ୍ୟ ବିଭିନ୍ନ ନିଷ୍ପତ୍ତି ନେଇସାରିଲେଣି । କିନ୍ତୁ ଏହି ବୁଷ୍ଟର ଡୋଜ୍ ଏହି ନୂଆ ଭାରିଆଣ୍ଟକୁ ପ୍ରତିହତ କରିପାରିବ ବୋଲି ପରିବାର କଲ୍ୟାଣ ନିଦ୍ଦେର୍ଶକ ଡା. ବିଜୟ ପାଣିଗ୍ରାହୀ କହିଛନ୍ତି ।

ସେ କହିଛନ୍ତି ଯେ ଗତ ନଭେମ୍ବର ୨୮ରୁ ସରକାରୀ ଟିକାକାରଣ ବନ୍ଦ ରହିଛି । ତେଣୁ ଟିକା ଯୋଗାଣ ପାଇଁ ପୁଣିଥରେ କେନ୍ଦ୍ରକୁ ଅନୁରୋଧ କରାଯିବା ସହ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କେନ୍ଦ୍ରକୁ ଚିଠି ଲେଖାଯିବ । ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୮ କୋଟି ୧୪ ଲକ୍ଷ ଟିକା ଦିଆସରିଛି । ୯୭% ପ୍ରତିଶତ ଲୋକ ପ୍ରଥମ ଡୋଜ୍ ନେଇସାରି ଥିବାେବେଳ ୯୪% ପ୍ରତିଶତ ଲୋକ ଦ୍ୱିତୀୟ ଡୋଜ୍ ଏବଂ ମାତ୍ର ୪୧% ଲୋକ ପ୍ରିକସନ୍ ଡୋଜ୍ ବା ବୁଷ୍ଟର ଡୋଜ୍ ନେଇଛନ୍ତି । ରାଜ୍ୟେର ଏବେ ବି ୨୫ ଲକ୍ଷ ଲୋକ ଦ୍ୱିତୀୟ ଡୋଜ୍ ଆଉ ୫୯% ପ୍ରତିଶତ ଲୋକ ବୁଷ୍ଟର ଡୋଜ୍ ନେଇନାହାନ୍ତି ବୋଲି ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ବର୍ତ୍ତମାନ ଟିକାଯୋଗାଣ ନାହିଁ, ଯେତିକି ଥିଲା ସରିଯାଇଛି । ସମସ୍ତ ପ୍ରକାର ଟିକା ଆମର ସରିଯାଇଛି । ତଥାପି ଆମେ ସଜାଗ ଅଛୁ । ସଂକ୍ରମଣକୁ ପ୍ରତିହତ ପାଇଁ ଓଡ଼ିଶା ସରକାର ପ୍ରସ୍ତୁତ ।

ତେବେ ରାଜ୍ୟର ୧୨ଟି ଘରୋଇ ହସ୍ପିଟାଲରେ ଟିକାକରଣ ଚାଲିଛି । ବାହାର ରାଜ୍ୟରୁ ୧୬ ଲକ୍ଷ ୧୭ ହଜାର ଟିକା ମଗାଯାଇଥିଲା ବୋଲି ସେ ସୂଚନା ଦେଇଛନ୍ତି । ବୁଷ୍ଟର ଡୋଜ୍ ନେଇଥିବା ଲୋକେ ସୁରକ୍ଷିତ, ନୂଆ ଭାରିଆଣ୍ଟକୁ ବୁଷ୍ଟର ଡୋଜ୍ ଟିକା ପ୍ରତିହତ କରିପାରିବ ବୋଲି ପରିବାର କଲ୍ୟାଣ ନିଦ୍ଦେର୍ଶକ ଡା. ପାଣିଗ୍ରାହୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking