30.1 C
Bhubaneswar
Monday, May 20, 2024
Homeଓଡିଶାଡିଏମ୍‌ଡି ରୋଗ ପୀଡ଼ିତଙ୍କ ଚିକିତ୍ସା ମାମଲା: ଆଉ ୯ ଶିଶୁଙ୍କ ଚିକିତ୍ସା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଡିଏମ୍‌ଡି ରୋଗ ପୀଡ଼ିତଙ୍କ ଚିକିତ୍ସା ମାମଲା: ଆଉ ୯ ଶିଶୁଙ୍କ ଚିକିତ୍ସା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ : ବିରଳ ଡୁଚେନ୍ ମସ୍‌କୁଲାର ଡିସ୍‌ଟ୍ରୋପି (ଡିଏମ୍‌ଡି) ରୋଗରେ ପୀଡ଼ିତ ଆଉ ୯ ଜଣ ଶିଶୁଙ୍କ ଚିକିତ୍ସା ଲାଗି ହାଇକୋର୍ଟରେ ଆଉ ଏକ ପିଟିସନ ଦାୟର ହୋଇ ଥିଲା ବେଳେ ସମସ୍ତଙ୍କ ଚିକିତ୍ସା ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେମାନଙ୍କୁ ଭୁବନେଶ୍ୱରସ୍ଥିତ ଏଆଇଅ ।ଇଏମ୍‌ଏସ୍‌(ଏମ୍‌ସ)କୁ ଆଣି ଚିକିତ୍ସା କରାଇବା ନିମନ୍ତେ ଧାର୍ଯ୍ୟ ତାରିଖର ଏକ ସପ୍ତାହ ପୂର୍ବରୁ ସେମାନଙ୍କ ପିତାମାତାଙ୍କୁ ସୂଚନା ଦେବା ନିମନ୍ତେ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ବିଚାରପତି ଡକ୍ଟର ଏସ୍‌. ମୁରଲୀଧର ଓ ବିଚାରପତି ମୁରାହରି ଶ୍ରୀରମଣଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ପରବର୍ତ୍ତି ଶୁଣାରି ପାଇଁ  ଫେବୃୟାରୀ ୮ତାରିଖକୁୁ ଧାର୍ଯ୍ୟ କରିଛନ୍ତି । ତେବେ ଏମ୍‌ସର ଏକଜିକ୍ୟୁଟିଭ ଡାଇରେକ୍ଟର ଡିଏମ୍‌ଡି ରୋଗରେ ପୀଡ଼ିତ ୧୬ ଶିଶୁ ମଧ୍ୟରୁ ୧୫ ଜଣଙ୍କ ଚିକିତ୍ସା ବିଭିନ୍ନ ସ୍ଥାନରେ ଥିବା ସେଣ୍ଟର ଅଫ ଏକ୍ସସେଲେନ୍ସରେ ପ୍ରଦାନ କରାଯାଉଥିବା ନେଇ ସତ୍ୟପାଠ ମାଧ୍ୟମରେ ଅବଗତ କରାଇଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ବିହାର ଭଳି ଓଡ଼ିଶାରେ ପ୍ରତି ଶିଶୁଙ୍କୁ ଚିକିତ୍ସା ନିମନ୍ତେ ୬ ଲକ୍ଷ ଟଙ୍କା ଲେଖାଏଁ ସହାୟତା ମୁଖ୍ୟମନ୍ତ୍ରୀ କରିବାକୁ ନିର୍ଦ୍ଦେଶ ଦେବା ନିମନ୍ତେ କୋର୍ଟଙ୍କୁ ପ୍ରାର୍ଥନା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking