35.1 C
Bhubaneswar
Saturday, May 31, 2025
Homeଓଡିଶାବିଧାନସଭାରେ ଓଡ଼ିଶା ଭୂସଂସ୍କାର ଦ୍ୱିତୀୟ ସଂଶୋଧନ ବିଲ୍ ପାରିତ

ବିଧାନସଭାରେ ଓଡ଼ିଶା ଭୂସଂସ୍କାର ଦ୍ୱିତୀୟ ସଂଶୋଧନ ବିଲ୍ ପାରିତ

ଭୁବନେଶ୍ବର : ଗୁରୁବାର ବିଧାନସଭାର ଶୀତକାଳୀନ ଅଧିବେଶନର ତୃତୀୟ ଦିନରେ ଓଡ଼ିଶା ଭୂସଂସ୍କାର ଦ୍ଵିତୀୟ ସଂଶୋଧନ ବିଲ୍ ୨୦୨୩ ପାରିତ ହୋଇଛି। ବିଲ୍ ପାରିତ ହେବା ପରେ ଏଣିକି ସିକିମ ସତ୍ତା ଥିବା ଉପଚାଷୀ ଓ ଉପରୟତମାନଙ୍କୁ ମିଳିପାରିବ ଜମିର ମାଲିକାନା । ଆଇନରେ ସଂଶୋଧନ ପରେ ସିକିମ୍ ଜମି ଚାଷ କରୁଥିବା ୧୮ଟି ଜିଲ୍ଲାର ପ୍ରାୟ ତିନି ଲକ୍ଷ ଚାଷୀ ସିଧାସଳଖ ଉପକୃତ ହେବେ। ସେମାନଙ୍କୁ ଜମିର ପଟ୍ଟା ମିଳିବା ସହ ଜମିର କିଣାବିକା କରିପାରିବେ ।

ଗତ ଅକ୍ଟୋବର ମାସରେ କ୍ୟାବିନେଟ ବୈଠକରେ ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ମିଳିଥିଲା । ୧୯୭୭ ପର୍ୟ୍ୟନ୍ତ ସିକିମ ଚାଷୀମାନେ କେବଳ ପାଇ ଚାଷ ଜମିର ମାଲିକାନା ପାଇଥିଲେ । ସଂଶୋଧିତ ବିଲ୍ ଫଳରେ ଚାଷୀମାନଙ୍କୁ ଉଭୟ ଚାଷ ଜମି ଓ ବାସଗୃହର ମାଲିକାନା ମିଳିବ। ଜମିର ମାଲିକାନା ପାଇବା ପାଇଁ ୨ ବର୍ଷ ଭିତରେ ରାଜସ୍ବ ଅଧିକାରୀଙ୍କ ନିକଟରେ ଆବେଦନ କରି ମାଲିକାନା ସତ୍ତା ନେଇ ପାରିବେ। ମାଲିକାନା ପାଇବା ପାଇଁ ଆବେଦନକାରୀଙ୍କୁ ଏକର ପିଛା ୧୪,୨୦୦ ଟଙ୍କା କ୍ଷତିପୂରଣ ଦେବାକୁ ପଡ଼ିବ। ପୂର୍ବରୁ କେବଳ ଚାଷ ଜମିରେ ଏହି ବ୍ୟବସ୍ଥା ଥିବା ବେଳେ ଏବେ ଘରବାଡ଼ି ଜମି ରେ ବି ଲାଗୁହେବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking