28.1 C
Bhubaneswar
Saturday, July 27, 2024
Homeଓଡିଶାଓଡିଶାରେ ବି ଡବଲ ଇଂଜିନ ସରକାର ଦରକାର

ଓଡିଶାରେ ବି ଡବଲ ଇଂଜିନ ସରକାର ଦରକାର

ନବରଙ୍ଗପୁର :ନବରଙ୍ଗପୁର ରେ ରାଜନାଥ ସିଂ । ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ପହଁଞ୍ଚିଲେ । ବିଜେପିର କୋର କମିଟି ବୌଠକରେ ଯୋଗଦେଲେ । ନବରଙ୍ଗପୁର ରୁ ବ୍ରହ୍ମପୁର ଓ ସେଠାରୁ ବାରିପଦା ଯିବେ । ନବରଙ୍ଗପୁର ସଭାରେ ରାଜନାଥ ସିଂଙ୍କ ବକ୍ତବ୍ୟ । ଓଡିଶା ସହ ମୋର ଭାବନାତ୍ମକ ସଂପର୍କ ରହିଛି କହିଲେ – ରାଜନାଥ । କଂଗ୍ରେସ ସରକାର ବେଳେ ଭାରତ ସୁରକ୍ଷା ଯାତ୍ରା କରିଥିଲୁ । ଭାରତ ସୁରକ୍ଷା ଯାତ୍ରା ମୁଁ ଓଡିଶାରୁ ଆରମ୍ଭ କରିଥିଲି । ୮ ଜିଲ୍ଲାର ବିଜେପି କାର୍ଯ୍ୟକର୍ତ୍ତା ବୌଠକରେ ଯୋଗଦେଲେ । ସଭାପତି ମନମୋହନ ସାମଲଙ୍କ ସହ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ । ଓଡିଶାରେ ବି ଡବଲ ଇଂଜିନ ସରକାର ଦରକାର । ନବରଙ୍ଗପୁର ସଭାରେ ରାଜନାଥ ସିଂଙ୍କ ବକ୍ତବ୍ୟ । ସେତେବେଳେ ଆତଙ୍କବାଦ , ନକ୍ସଲବାଦ , ଆତଙ୍କ ସର୍ବତ୍ର ରହିଥିଲା । ଆଜି ଆତଙ୍କବାଦ କେଉଁଠି ରହିଛି । ଆପଣମାନେ ଜାଣିଛନ୍ତି । ପୁଲୱାମା ଘଟଣା ପରେ ମୁହଁତୋଡ ଜବାବ ଦିଆଯାଇଛି । ଏବେ ନକ୍ସବାଲବାଦ କିଛି ଜିଲ୍ଲାରେ ସୀମିତ ରହିଛି ।ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ସାରା ଦେଶର ଚିତ୍ର ବଦଳିଛି । ଏଠାରେ ବି ଡବଲ ଇଂଜିନ ସରକାର ଦରକାର । ମୋଦୀଙ୍କ ସନ୍ଦେଶ ନେଇ ପ୍ରତି କାର୍ଯ୍ୟକର୍ତ୍ତା ଲାଭାର୍ଥୀଙ୍କ ପାଖକୁ ଯାଆନ୍ତୁ ବୋଲି କହିଲେ । ସବୁ ଲାଭାର୍ଥୀଙ୍କୁ ମୋଦୀ ଦେଉଥିବା ସୁବିଧା ମିଳିବା ଦରାର । ବିଜେପି ଏକମାତ୍ର ପାର୍ଟି ଯିଏକି ଯାହା କହେ , ସେୟା କରେ । ବିଶ୍ୱସନୀୟତା ସଂକଟକୁ ଚ୍ୟାଲେଞ୍ଜ ଭାବେ ନେଇଛନ୍ତି ପ୍ରଧାନମନ୍ତ୍ରୀ । ଯାହା ଘୋଷଣାପତ୍ରରେ କହିଥିଲୁ , ସବୁ ପୁରଣ କରିଛୁ । କହିଥିଲୁ ୩୭୦ ଧାରା ଉଠାଇବୁ , ଜାମ୍ମୁ କାଶ୍ମୀରରୁ ୩୭୦ ଉଠାଇଲୁ । ତିନ୍ ତଲାକ୍ ଉଠାଇବୁ କହିଥିଲୁ , ଆମେ ଆମ କଥା ରକ୍ଷା କଲୁ । ଆମେ ରାଜନୀତି କରୁଛୁ , କେବଳ ଦେଶ ଗଠନ ପାଇଁ ବୋଲି କହିଛନ୍ତି । କଂଗ୍ରେସ ଲମ୍ବା ସମୟ ପର୍ଯ୍ୟନ୍ତ ଦେଶବାସୀଙ୍କୁ ଧୋକା ଦେଇଛି । ବିଶେଷକରି ଗରିବ ଲୋକଙ୍କୁ ଧୋକା ଦେଇଛି କଂଗ୍ରେସ । ମୋଦୀ ଆସିବା ପରେ ୨୫ କୋଟି ଲୋକଙ୍କୁ ଗରିବୀରୁ ମୁକ୍ତ କରିଛନ୍ତି । ୧୧ କୋଟି ଲୋକଙ୍କ ପାଇଁ ଶୌଚାଳୟ , ୪ କୋଟିଙ୍କୁ ପକ୍କା ଘର ମିଳିଛି । ଓଡିଶାରେ ୩୦ ଲକ୍ଷ ଲୋକଙ୍କୁ ପକ୍କା ଘର ମିଳିଛି କହିଲେ ରାଜନାଥ । କଂଗ୍ରେସ ସରକାରରେ ୧୭ ବର୍ଷରେ ୧୮ ହଜାର କିମି ରାସ୍ତା ହୋଇଥିଲା । ଗତ ୧୦ ବର୍ଷରେ ମୋଦୀ ସରକାର ୩୦ ହଜାର କିିମି ରାସ୍ତା କରିଛନ୍ତି । ଆୟୁଷ୍ମାନ ଭାରତ ଯୋଜନାରେ ଗରିବଙ୍କୁ ସ୍ୱାସ୍ଥ୍ୟ ସୁବିଧା ମିଳୁଛି । ଓଡିଶା ସହ ଆମ ସରକାର ଭେଦଭାବ କରିନି କହିଲେ ରାଜନାଥ । ଏଠାରେ ମେଡିକାଲ କଲେଜ , ଇଂଜିନିୟରିଂ କଲେଜ ବଢିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking