25.8 C
Bhubaneswar
Saturday, July 27, 2024
Homeଓଡିଶାପରିବାର ପାଇଁ ୧୨ ଘଣ୍ଟା, ଦଳ ପାଇଁ ୧୨ ଘଣ୍ଟା ଦିଅନ୍ତୁ : ରାଜନାଥ ସିଂ

ପରିବାର ପାଇଁ ୧୨ ଘଣ୍ଟା, ଦଳ ପାଇଁ ୧୨ ଘଣ୍ଟା ଦିଅନ୍ତୁ : ରାଜନାଥ ସିଂ

ଭୁବନେଶ୍ୱର: ଗୁରୁବାର ଦିନିକିଆ ଓଡ଼ିଶା ଗସ୍ତ ଅବସରରେ ନବରଙ୍ଗଠାରେ ଅନୁଷ୍ଠିତ ଦଳୀୟ ସଭାରେ ଯୋଗଦେଇ ଉପସ୍ଥିତ କର୍ମୀଙ୍କୁ ଉଦବୋଧନ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଏହି ଅବସରରେ ଦୈନିକ ୧୨ ଘଣ୍ଟା ଦେବାକୁ ରାଜନାଥ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ କହିଛନ୍ତି । ଦଳ ପାଇଁ ୧୨ ଘଣ୍ଟା ଓ ପରିବାର ପାଇଁ ୧୨ ଘଣ୍ଟା ଦେବାକୁ ରାଜନାଥ କହିଛନ୍ତି ।ସେ କହିଛନ୍ତି ଯେ ଯେଉଁ କାମ ପୂରଣ ହୋଇଛନ୍ତି ମୋଦୀଙ୍କ ୩ୟ ପାଳିରେ ତାହା ନିଶ୍ଚିତ ପୂରଣ ହେବ । ଓଡ଼ିଶାରେ ବିଜେପି ସରକାର ଗଠନ କରିବ ବୋଲି ରାଜନୈତିକ ବିଶ୍ଳେଷକମାନେ କହିଲେଣି । କେନ୍ଦ୍ରରେ ତ ଆମ ସରକାର ହେବ, ଓଡ଼ିଶାରେ ବି ଆମ ସରକାର ହେବ । କୌଣସି କ୍ଷେତ୍ରରେ ବି କାର୍ଯ୍ୟକର୍ତ୍ତା ପଛଘୁଞ୍ଚା ଦିଅନ୍ତୁ ନାହିଁ ବୋଲି ରାଜନାଥ ସିଂ କହିଛନ୍ତି । ଏହାଛଡ଼ା ସେ କହିଛନ୍ତି ଯେ ଓଡ଼ିଶା ସହ ମୋର ଭାବନାତ୍ମକ ସମ୍ପର୍କ ରହିଛି । କଂଗ୍ରେସ ସରକାରବେଳେ ଭାରତ ସୁରକ୍ଷା ଯାତ୍ରା କରିଥିଲୁ । ଭାରତ ସୁରକ୍ଷା ଯାତ୍ରା ମୁଁ ଓଡ଼ିଶାରୁ ଆରମ୍ଭ କରିଥିଲି । ସେତେବେଳେ ଆତଙ୍କବାଦ, ନକ୍ସଲବାଦ ଓ ଆତଙ୍କ ସର୍ବତ୍ର ରହିଥିଲା । ଆଜି ଆତଙ୍କବାଦ କେଉଁଠି ରହିଛି, ଆପଣମାନେ ସମସ୍ତେ ଜାଣିଛନ୍ତି । ପୁଲୱମା ଘଟଣା ପରେ ମୁହଁତୋଡ଼ ଜବାବ ଦିଆଯାଇଛି । ଏବେ ନକ୍ସଲବାଦ କେବଳ କିଛି ଜିଲ୍ଲାରେ ସୀମିତ ରହିଛି । ନରେନ୍ଦ୍ର ମୋଦୀ ଦେଶର ପ୍ରଧାନମନ୍ତ୍ରୀ ହେବା ପରେ ସାରା ଦେଶର ଚିତ୍ର ବଦଳିଛି । ଓଡ଼ିଶାରେ ବି ଡବଲ ଇଞ୍ଜିନ ସରକାର ହେବା ଦରକାର ବୋଲି ରାଜନାଥ ସିଂହ କହିଛନ୍ତି ।
ଏଥିସହ ସେ କହିଛନ୍ତି ଯେ ମୋଦୀଙ୍କ ସନେ୍ଦଶ ନେଇ ପ୍ରତି କାର୍ଯ୍ୟକର୍ତ୍ତା ଲାଭାର୍ଥୀଙ୍କ ପାଖକୁ ଯାଆନ୍ତୁ । ସବୁ ଲାଭାର୍ଥୀଙ୍କୁ ମୋଦୀ ଦେଉଥିବା ସୁବିଧା ସୁଯୋଗ ମିଳିବା ଦରକାର ବୋଲି ରାଜନାଥ ସିଂ କହିଛନ୍ତି । ଏହାଛଡ଼ା ସେ କହିଛନ୍ତି ଯେ ବିଜେପି ଏକମାତ୍ର ଦଳ ଯିଏ ଯାହା କୁହେ ତାହା କରେ । ବିଶ୍ୱସନୀୟତା ସଙ୍କଟକୁ ମୋଦୀ ଚ୍ୟାଲେଞ୍ଜଭାବେ ନେଇଛନ୍ତି । ଯାହା ଘୋଷଣାପତ୍ରରେ କହିଥିଲୁ, ସବୁ ପୂରଣ କରିଛୁ । କହିଥିଲୁ ୩୭୦ ଧାରା ଉଠାଇବୁ, ଜମ୍ମୁ କାଶ୍ମୀରରୁ ୩୭୦ ଧାରା ଉଠାଇଲୁ । ତିନ ତଲାକ ଉଠାଇବୁ କହିଥିଲୁ, ଆମେ ଆମ କଥା ରକ୍ଷା କଲୁ ।ଆମେ ରାଜନୀତି କରୁଛୁ କେବଳ ଦେଶ ଗଠନ ପାଇଁ । କଂଗ୍ରେସ ଲମ୍ବା ସମୟ ଧରି କେବଳ ଦେଶବାସୀଙ୍କୁ ଧୋକା ଦେଇଛି । ବିଶେଷ କରି ଗରିବ ଲୋକଙ୍କୁ କଂଗ୍ରେସ ଧୋକା ଦେଇଛି । ସେମାନଙ୍କ ସହ ବିଶ୍ୱାସଘାତକତା କରିଛି । ମୋଦୀ ଆସିବା ପରେ ୨୫ କୋଟି ଲୋକଙ୍କୁ ଗରିବୀରୁ ମୁକ୍ତ କରିଛନ୍ତି । ୧୧କୋଟି ଲୋକଙ୍କୁ ଶୌଚାଳୟ ଓ ୪ କୋଟି ଲୋକଙ୍କୁ ପକ୍କାଘର ମିଳିଛି । ଓଡ଼ିଶାରେ ୩୦ ଲକ୍ଷ ଲୋକଙ୍କୁ ପକ୍କା ଘର ମିଳିଛି । କଂଗ୍ରେସ ସରକାରରେ ୧୭ ବର୍ଷରେ ୧୮ ହଜାର କିମି ରାସ୍ତା ହୋଇଥିଲା । ଗତ ୧୦ ବର୍ଷରେ ମୋଦୀ ସରକାର ୩୦ ହଜାର କିମି ରାସ୍ତା କରିଛନ୍ତି । ଆୟୁଷ୍ମାନ ଭାରତ ଯୋଜନାରେ ଗରିବଙ୍କୁ ସ୍ୱାସ୍ଥ୍ୟ ସୁବିଧା ମିଳୁଛି । ଓଡ଼ିଶା ସହ ଆମ ସରକାର ଭେଦଭାବ କରିନି । ଏଠାରେ ମେଡିକାଲ କଲେଜ ଓ ଇଞ୍ଜିନିୟରିଂ କଲେଜ ବଢିଛି । ଜନତାଙ୍କ ସେବା କରିବା ଆମ ପ୍ରଧାନମନ୍ତ୍ରୀଙ୍କ ଏକମାତ୍ର ଉଦେ୍ଧଶ୍ୟ ।
ସେହିପରି ରାଜନାଥ କହିଛନ୍ତି ଯେ ଓଡ଼ିଶାରେ କଂଗ୍ରେସ ସରକାର ଖାଲି ଶିଳାନ୍ୟାସ କରିଚାଲିଥିଲା । ଆମ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ ନୁହେଁ କାର୍ଯ୍ୟ ପୂରଣ କରୁଛନ୍ତି । ଯେଉଁଠି ଶିଳାନ୍ୟାସ ସେଇଠି କାମ ସାରି ଉଦଘାଟନ ବି କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking