34.1 C
Bhubaneswar
Wednesday, May 1, 2024
Homeଖେଳଓସିଏ କୋଚ୍ ବଦଳି ; ମୋଙ୍ଗିଆଙ୍କ ବଦଳରେ ସୁରେନ୍ଦ୍ର ଭାବେ

ଓସିଏ କୋଚ୍ ବଦଳି ; ମୋଙ୍ଗିଆଙ୍କ ବଦଳରେ ସୁରେନ୍ଦ୍ର ଭାବେ

ଓଡ଼ିଶା : ପୁଣି ବଦଳିଲେ ଓଡ଼ିଶା ସିନିୟର କ୍ରିକେଟ ଦଳର କୋଚ୍। ମାତ୍ର ଗୋଟିଏ ସିଜିନ ପରେ କୋଚ ପଦବୀ ଛାଡିଲେ ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ଦିନେଶ ମୋଙ୍ଗିଆ। ମହାରାଷ୍ଟ୍ରର ସୁରେନ୍ଦ୍ର ଭାବେ ହେଲେ ଓଡିଶା କ୍ରିକେଟ ଦଳର ନୂତନ କୋଚ୍।
ଲକ୍ଷାଧିକ ଟଙ୍କା ବ୍ୟୟରେ ଦିନେଶଙ୍କୁ କୋଚ୍ କରିଥିଲା ଓସିଏ। ତେବେ ଦିନେଶ କୋଚ ଦାୟିତ୍ୱ ନେବାପରେ ଓଡିଶା ଟିମ୍ ଟି- ଟ୍ୱେଣ୍ଟି, ୱାନଡେ, ରଣଜୀରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା। ଗତ ୨୭ ଅପ୍ରେଲ ୨୦୨୩ରେ ଦିନେଶ ଓସିଏର ମୁଖ୍ୟ କୋଚ୍ ଭାବେ ଦାୟିତ୍ୱ ନେଇଥିଲେ।ମୋଙ୍ଗିଆଙ୍କ ପ୍ରଦର୍ଶନକୁ ଦେଖି ତାଙ୍କ ସହ ହୋଇଥିବା ଚୁକ୍ତିକୁ ଆଉ ବୃଦ୍ଧି ନ କରିବାକୁ ନିଷ୍ପତ୍ତି ନେଇଥିଲା ଓଡ଼ିଶା କ୍ରିକେଟ ଆସୋସିଏଶନ ।
ଏହାପରେ ପୂର୍ବତନ ଭାରତୀୟ କ୍ରିକେଟର ସୁରେନ୍ଦ୍ର ଭାବେଙ୍କୁ ଏହି ପଦରେ ଅବସ୍ଥାପିତ ଓସିଏ । ୨-୨୪-୨୫ ବର୍ଷ ପାଇଁ ବିସିସିଆଇର ଘରୋଇ ସିଜିନରେ ଓଡିଶା ସିନିୟର କ୍ରିକେଟ ଟିମର ମୁଖ୍ୟ ପ୍ରଶିକ୍ଷକ ଭାବରେ ନଜର ଆସିବେ ସୁରେନ୍ଦ୍ର ଭାବେ ।ପୂର୍ବରୁ ହରିୟାଣା, ପଞ୍ଜାବ ଓ ମହାରାଷ୍ଟ୍ର ଭଳି କ୍ରିକେଟ ଆସୋସିଏଶନର ପ୍ରଶିକ୍ଷକ ଦାୟିତ୍ୱ ତୁଲାଇ ସାରିଛନ୍ତି ସୁରେନ୍ଦ୍ର ।
ଦିନେଶ ମୋଙ୍ଗିଆଙ୍କ ଗୋଟିଏ ବର୍ଷ ଚୁକ୍ତି ଭିତ୍ତିକ କାର‌୍ୟ୍ୟକାଳ ଶେଷ ହେବାପରେ ଓସିଏର ଉଇଉ (କ୍ରିକେଟ ପରାମର୍ଶ କମିଟି)ର ନିର୍ଦ୍ଦେଶକ୍ରମେ ଭାବେଙ୍କୁ ଓସିଏର ମୁଖ୍ୟ ପ୍ରଶିକ୍ଷକ ଭାବରେ ଓଡିଶା କ୍ରିକେଟ ସଂଘ ପକ୍ଷରୁ ନିଯୁକ୍ତି ଦିଆଯାଇଛି । ଏହି ପଦ ନିମନ୍ତେ ୧୦ରୁ  ଊର୍ଦ୍ଧ୍ୱ ଆବେଦନ ଆସିଥିଲା । ସେଗୁଡ଼ିକ ମଧ୍ୟରୁ ବହୁ ବିଚାର ବିମର୍ଶ ପରେ ସୁରେନ୍ଦ୍ର ଭାବେଙ୍କ ଆବଦେନକୁ ଗ୍ରହଣ କରିଛି ଓସିଏ ।
ଦିନେଶଙ୍କ ପୂର୍ବରୁ ମାଇକେଲ ବେଭାନ, ଭେଙ୍କଟପତି ରାଜୁ, ବଲବିନ୍ଦର ସିଂ ସାନ୍ଧୁ, ସବା କରିମ, ୱାସିମ ଜାଫରଙ୍କ ଭଳି ଅନେକ ଅନ୍ତର୍ଜାତୀୟ କ୍ରିକେଟରଙ୍କୁ ମଧ୍ୟ କୋଚ୍ କରିଥିଲା ଓସିଏ । ହେଲେ ମାତ୍ର କିଛି ଦିନ ରହିବା ପରେ ସେମାନେ ମଧ୍ୟ ହଠାତ କୋଚ୍ ପଦ ଛାଡିଥିଲେ।
ଗତବର୍ଷ ଓଡ଼ିଶା କ୍ରିକେଟ ସଂଘର ମୁଖ୍ୟ ପ୍ରଶିକ୍ଷକ ଭାବେ ଦାୟିତ୍ୱ ନେଇଥିଲେ ପୂର୍ବତନ ଭାରତୀୟ କ୍ରିକେଟର ଦିନେଶ ମୋଙ୍ଗିଆ । ତାଙ୍କ ପୂର୍ବରୁ ୱାସିମ୍ ଜାଫରଙ୍କୁ ଦୁଇ ବର୍ଷ ପାଇଁ ଓଡ଼ିଶା ଦଳର କୋଚ ଭାବେ ଦାୟିତ୍ୱ ଦିଆଯାଇଥିଲା । ହେଲେ ତାଙ୍କୁ ବାଂଲାଦେଶ ଜାତୀୟ ଦଳର ମୁଖ୍ୟ କୋଚ୍ ଦାୟିତ୍ୱ ମିଳିବାରୁ ସେ ଅଧାରୁ ଚାଲିଯାଇଥିଲେ ।
ତେଣୁ ୱାସିମ ଜାଫରଙ୍କ ସହମତିରେ ସିଏସିର ୩ ଜଣିଆ କମିଟି ମୁଖ୍ୟ କୋଚ୍ ଭାବେ ଦିନେଶଙ୍କୁ ନିଯୁକ୍ତି ଦେଇଥିଲେ । ମୋଙ୍ଗିଆ ଓଡିଶା କ୍ରିକେଟ ପାଇଁ ଘରୋଇ ସିଜିନ୍‌ରେ ସଫଳତା ଆଣିଦେବେ ବୋଲି ଓସିଏ ଆଶା ରଖିଥିଲା । ହେଲେ ଗତ ସିଜିନ୍‌ରେ ଦଳ ଆଶାନୁରୂପ ପ୍ରଦର୍ଶନ କରି ପାରି ନ ଥିଲା । ଏହାପରେ ମୋଙ୍ଗିଆଙ୍କ ଚୁକ୍ତିକୁ ଆଉ ବୃଦ୍ଧି ନ କରି ପୂର୍ବତନ ଭାରତୀୟ କ୍ରିକେଟର ସୁରେନ୍ଦ୍ର ଭାବେଙ୍କ ଉପରେ ଭରସା ପ୍ରକଟ କରିଛି ଓସିଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking