27.1 C
Bhubaneswar
Saturday, May 31, 2025
Homeଓଡିଶାଅଶ୍ଲୀଳ ଭିଡିଓ ଭାଇରାଲ, ଅଭିଯୁକ୍ତ ଗିରଫ

ଅଶ୍ଲୀଳ ଭିଡିଓ ଭାଇରାଲ, ଅଭିଯୁକ୍ତ ଗିରଫ

କନ୍ଧମାଳ: କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ଦୁଷ୍କର୍ମ ପରେ ଛାତ୍ରୀଙ୍କୁ ଧମକଚମକ ଦେଇ ନଗ୍ନ ଦୃଶ୍ୟ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ଘଟଣାରେ ଦାରିଙ୍ଗବାଡି ଥାନା ପୁଲିସ ଜଣେ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଜଣକ ହେଲେ ଦାରିଙ୍ଗବାଡି ଥାନା ପର୍ତ୍ତମାହା ପଞ୍ଚାୟତ କଟାବାଡ଼ି ଗ୍ରାମର ଜିହୋସୟ ପ୍ରଧାନ । ପ୍ରକାଶ ଯେ ଦାରିଙ୍ଗବାଡ଼ି ଥାନା ଅଞ୍ଚଳର ଜଣେ ଯୁବତୀ ନିକଟରେ ଘର ଭଡ଼ା ନେଇ ଏକ ଘରୋଇ କଲେଜରେ ପଢ଼ୁଥିଲେ । ତାଙ୍କ ସହ ଅନ୍ୟ ଦୁଇ ଜଣ ସହପାଠୀ ରହୁଥିଲେ ।

ଗତ ୨୯ତାରିଖରେ ୩ଜଣ ଛାତ୍ରୀଙ୍କ ମଧ୍ୟରୁ ୨ଜଣ କଲେଜ ଯାଇଥିବା ବେଳେ ପୀଡ଼ିତା ଛାତ୍ରୀ ଜଣଙ୍କ ଅସୁସ୍ଥ ଥିବାରୁ ସେହି ଭଡ଼ା ଘରେ ଏକୁଟିଆ ରହିଥିଲେ । ସେହି ସମୟରେ ଜିହୋସୟ ଛାତ୍ରୀ ରହୁଥିବା ଘର ଭିତରକୁ ପଶି ଦୁଷ୍କର୍ମ କରିଥିଲା । ଛାତ୍ରୀଙ୍କ ନଗ୍ନ ଫଟୋ ଏବଂ ଭିଡିଓ ଉତ୍ତୋଳନ କରି ଘଟଣା ସମ୍ପର୍କରେ କାହାକୁ କହିଲେ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲା । ପରେ ଛାତ୍ରୀଙ୍କ ନଗ୍ନ ଭିଡିଓ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ କରିଥିଲା । ଏନେଇ ଗତକାଲି ଛାତ୍ରୀ ଜଣକ ଦାରିଙ୍ଗବାଡ଼ି ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ପରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking