23.1 C
Bhubaneswar
Wednesday, January 15, 2025
Homeଓଡିଶାପୁଅଙ୍କ ତୁଳନାରେ କମୁଛି ଝିଅଙ୍କ ସଂଖ୍ୟା: ରିପୋର୍ଟ

ପୁଅଙ୍କ ତୁଳନାରେ କମୁଛି ଝିଅଙ୍କ ସଂଖ୍ୟା: ରିପୋର୍ଟ

ଭୁବନେଶ୍ବର: ପୁଅଙ୍କ ତୁଳନାରେ କମୁଛି ଝିଅଙ୍କ ସଂଖ୍ୟା । ଝିଅଙ୍କ ସଂଖ୍ୟା ହ୍ରାସରେ ୬ ନମ୍ବର ସ୍ଥାନରେ ଓଡ଼ିଶା ରହିଛି। ଉଦବେଗ ବଢାଇଛି ଗତ ୪ ବର୍ଷର ରିପୋର୍ଟ । ଗତ ୪ ବର୍ଷରେ ୨୩ ପ୍ରତିଶତ କମିଛି ଝିଅଙ୍କ ସଂଖ୍ୟା ।  ପ୍ରତି ୧ ହଜାର ପୁଅରେ ଝିଅଙ୍କ ସଂଖ୍ୟା ରହିଛି ୯୨୫ ।  ଉପାନ୍ତ ଅପେକ୍ଷା ଉପକୂଳ ଜିଲ୍ଲାରେ ସ୍ଥିତି ସଂଗୀନ ରହିଛି। ଝିଅ ସଂଖ୍ୟା ବଢାଇବା ନେଇ ସ୍ବାସ୍ଥ୍ୟ ବିଭାଗର କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।

କର୍ମଶାଳାରେ ଡାକ୍ତର, ସମାଜିକ ବିଜ୍ଞାନୀ, ସବୁ ଜିଲ୍ଲାର ଜନସ୍ଵାସ୍ଥ୍ୟ ଅଧିକାରୀ ଏବଂ ଆଇନ ବିଶେଷଜ୍ଞ ଯୋଗ ଦେଇଛନ୍ତି । ଲିଙ୍ଗ ନିରୂପଣ ପରେ ଗର୍ଭପାତ, ପୁତ୍ର ସନ୍ତାନକୁ ପ୍ରାଧାନ୍ୟ ଏବଂ ମାନସିକତାରେ ପରିବର୍ତ୍ତନ ନ ହେବାରୁ ଏଭଳି ସ୍ଥିତି ସୃଷ୍ଟି ହେଉଥିବା କୁହାଯାଇଛି। ଏହାକୁ କିପରି ରୋକି ହେବ ଓ ଝିଅଙ୍କ ସଂଖ୍ୟା ବୃଦ୍ଧି ପାଇବ ସେ ନେଇ ମାନସ ମନ୍ଥନ ଚାଲିଛି ।

୧୦୦୦ ପୁଅଙ୍କ ତୁଳନାରେ ଝିଅଙ୍କ ହାର ବିଭିନ୍ନ ଜିଲ୍ଲାରେ-
-ନୟାଗଡ଼ ୮୧୧
-ଢେଙ୍କାନାଳ ୮୬୫
-ସୋନପୁର ୮୮୦
-ଅନୁଗୁଳ ୮୮୫
-ଜଗତସିଂହୁରରେ ୮୯୭
-କେନ୍ଦ୍ରାପଡ଼ା ୮୯୮ ରହିଛି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking