29.1 C
Bhubaneswar
Sunday, May 19, 2024
Homeବଲିଉଡଏବେ ଫିଲ୍ମ ସାଲାରକୁ ଓଟିଟି ପ୍ଲାଟଫର୍ମରେ ଦେଖିପାରିବେ ଦର୍ଶକ

ଏବେ ଫିଲ୍ମ ସାଲାରକୁ ଓଟିଟି ପ୍ଲାଟଫର୍ମରେ ଦେଖିପାରିବେ ଦର୍ଶକ

ମୁମ୍ବାଇ: ଫିଲ୍ମ ‘ସାଲାର ପାର୍ଟ-୧ ସିଜଫାୟାର’ ୨୦୨୩ ବର୍ଷର ଏକ ବଡ ହିଟ୍ ଫିଲ୍ମ ଅଟେ । ‘ସାଲାର’ର ସଫଳତା କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ଦେଖିବାକୁ ମିଳିଛି । ଅନେକ ଲୋକ ଯେଉଁମାନେ ଫିଲ୍ମ ଦେଖିପାରିନଥିଲେ, ସେମାନଙ୍କ ପାଇଁ ଏକ ଖୁସି ଖବର ରହିଛି । ଫିଲ୍ମଟି ଓଟିଟି ପ୍ଲାଟଫର୍ମରେ ଷ୍ଟ୍ରିମ୍ ରେ ରିଲିଜ ହେବାକୁ ଯାଉଛି । ପ୍ରଭାସ ଫିଲ୍ମ ‘ସାଲାର’ ମାଧ୍ୟମରେ ଦର୍ଶକଙ୍କୁ ବହୁତ ମନୋରଞ୍ଜନ କରିଥିଲେ । ସିନେମା ହଲରେ ସାନଦାର ଧମାକା ପରେ, ଓଟିଟି ରେ ଆଉ ଏକ ଧମାକା କରିବାକୁ ପ୍ରସ୍ତୁତ । ବଡ ପରଦା ପରେ ପ୍ରଭାସ ଏବଂ ପୃଥ୍ବୀରାଜ ସୁକୁମାରନଙ୍କ ଏହି ଫିଲ୍ମ ଓଟିଟି ରେ ମଧ୍ୟ ଏହାର ଯାଦୁ ଦେଖାଇବାକୁ ଯାଉଛି । ତେବେ ପ୍ରଭାସଙ୍କ ଆକ୍ସନ ଥ୍ରିଲର ସାଲାର ହିନ୍ଦି ଭାଷାରେ ଓଟିଟି ପ୍ଲାଟଫର୍ମ ଡିଜନି ପ୍ଲସ ହଟଷ୍ଟାରରେ ଆସନ୍ତା ୧୬ ଫେବୃଆରୀ ୨୦୨୪ରେ ରିଲିଜ ହେବ । ଏନେଇ ଫିଲ୍ନ ନିର୍ମାତା ପୃଥ୍ବୀରାଜ ସୁକୁମାରନ ଘୋଷଣା କରିଛନ୍ତି ।ଆପଣ କେବଳ ଦକ୍ଷିଣ ଭାଷାରେ ନୁହେଁ ବରଂ ହିନ୍ଦୀରେ ମଧ୍ୟ ପ୍ରଭାସଙ୍କ ‘ସାଲାର’ ଦେଖିପାରିବେ । ପ୍ରଶଂସକଙ୍କ ଡିମାଣ୍ଡ କୁ ଦୃଷ୍ଟିରେ ରଖି ନିର୍ମାତାମାନେ ଓଟିଟି ରେ ଫିଲ୍ମର ଆଉ ଏକ ସଂସ୍କରଣ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking