ମୁମ୍ବାଇ: ପୁଣିଥରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡେଜଙ୍କ ପାଇଁ ବଢିଛି ଅଡୁଆ । ତେବେ ଅଡୁଆରେ ମୂଳ କାରଣ ପାଲଟିଛନ୍ତି ସାଥୀ କଳାକାର ନୋରା ଫତେହୀ । ଜ୍ୟାକଲିନଙ୍କ ନାଁରେ ଏକ ମାନହାନୀ ମୋକଦ୍ଦମା ଦାୟର କରିଛନ୍ତି ଅଭିନେତ୍ରୀ ନୋରା । ଜ୍ୟାକଲିନଙ୍କ ସହ ୧୫ଟି ଗଣମାଧ୍ୟମ ସଂସ୍ଥା ବିରୋଧରେ ମଧ୍ୟ ନୋରା ଏହି ଅଭିଯୋଗ କରିଛନ୍ତି । ପ୍ରତିଦ୍ୱନ୍ଦୀଙ୍କ ସହ ମିଶି ଏହି ଗଣମାଧ୍ୟମ ସଂସ୍ଥାଗୁଡିକ ଏପରି କରିଥିବା ନେଇ ଯୁକ୍ତି ବାଢିଛନ୍ତି ନୋରା ।
ଅଭିଯୋଗରେ ନୋରା କହିଛନ୍ତି ଯେ, ତାଙ୍କ ସଫଳତା ଏବଂ ଅଗ୍ରଗତିକୁ ସହି ନ ପାରି ପ୍ରତିଦ୍ୱନ୍ଦୀ ଏପରି ହୀନ କାର୍ଯ୍ୟ କରୁଛନ୍ତି । ଏପରି କାର୍ଯ୍ୟ କରି ନୋରାଙ୍କ ପ୍ରତିଷ୍ଠା ନଷ୍ଟ କରିବାକୁ ଚେଷ୍ଟା ହେଉଥିବା ସେ ଏହି ମାମଲାରେ ଦର୍ଶାଇଛନ୍ତି । ସୂଚନା ମୁତାବକ କିଛି ଦିନ ତଳେ ମନି ଲଣ୍ଡ୍ରିଂ ମାମଲାରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡେଜଙ୍କ ପରେ ଏବେ ନୋରା ଫତେହୀଙ୍କୁ EOW ଅଫିସରୁ ଡାକରା ଆସିଥିଲା । ଏହାପରେ ନୋରା ହାଜର ହେଇଥିଲେ । ଦିଲ୍ଲୀ ପୋଲିସର EOW ଅଧିକାରୀ ନୋରାଙ୍କୁ ଜେରା କରିଥିଲା । ଏହାପରେ ଜ୍ୟାକଲିନ ଫଣ୍ଣାଣ୍ଡେଜଙ୍କୁ ମଧ୍ୟ ଜେରା କରାଯାଇଥିଲା ।
ଶେଷସମୟରେ ପଞ୍ଚମ ଥର ପାଇଁ ନୋରା ଋଙଡ ଅଫିସରେ ହାଜର ହେଇଥିଲେ । ତେବେ ପ୍ରତ୍ୟେକ ଥର ନୋରା ପୋଲିସକୁ ସହଯୋଗ କରିଥିବା ଜଣାଯାଇଛି । ସୁକେଶ ତାଙ୍କୁ ଗିଫ୍ଟ ଦେଇଥିବା ସେ ସ୍ୱୀକାର କରିଥିବା ବେଳେ ନୋରା ସୁକେଶର କୌଣସି ଅପରାଧିକ ରେକର୍ଡ ବିଷୟରେ ଜାଣିନଥିବା ସେ ପ୍ରକାଶ କରିଥିଲେ ।ଏହାସହ ଏହି ଘଟଣାରେ ଜ୍ୟାକଲିନଙ୍କ ସହ ନୋରାଙ୍କର କୌଣସି କନେକ୍ସନ ନଥିବା ସେ କହି ଥିଲେ ।