32.1 C
Bhubaneswar
Saturday, May 18, 2024
Homeବ୍ରେକୀଙ୍ଗୟୁଟ୍ୟୁବରେ ଏକ ବିଲିୟନ ହିଟ୍ ଦେଲେ ନୋରା ଫତେହି 

ୟୁଟ୍ୟୁବରେ ଏକ ବିଲିୟନ ହିଟ୍ ଦେଲେ ନୋରା ଫତେହି 

ନୂଆଦିଲ୍ଲୀ: ନିଜ ଡ୍ୟାନ୍ସ ଓ ଷ୍ଟାଇଲ ସହିତ ଲୋକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ନୋରା ଫତେହି  ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଟନ୍ତି । ନିଜର ନମ୍ବର ଓ୍ବାନ ଡ୍ୟାନ୍ସ ପାଇଁ ନୋରା ଫତେହି ଆଜି ସବୁ ଦର୍ଶକଙ୍କ ଦିଲ୍‌ରେ ରାଜ୍‌ କରୁଛନ୍ତି । ସବୁ ଫିଲ୍ମରେ ନୋରା ନମ୍ବରଜବରଦସ୍ତ ଡ୍ୟାନ୍ସରେ ଦର୍ଶକଙ୍କ ମନ ଜିତିନିଅନ୍ତି । ୨୦୧୮ରୁ ଆଜି ପର୍ଯ୍ୟନ୍ତ ନୋରା ଫତେହି ଗୋଟିଏ ପରେ ଗୋଟିଏ ହିଟ୍ ଗୀତ ଦର୍ଶକଙ୍କୁ ଭେଟି ଦେଇଚାଲିଛନ୍ତି । ତେବେ ଆଜି ଗୋଟିଏ ଗୀତ ନୋରାଙ୍କ ଭାଗ୍ୟ ବଦଳାଇ ଦେଇଛି । କଟରେ ତାଙ୍କ ସୁପରହିଟ ଗୀତ ‘ଦିଲବର’କୁ ୟୁଟ୍ୟୁବରେ ୧ ବିଲିୟନ ଭ୍ୟୁଜ ମିଳିଛି । ଏଥିସହିତ ନୋରା ଆଫ୍ରିକୀୟ ଆରୋବ ଦେଶର ପ୍ରଥମ ମହିଳା କଳାକାର ଯାହାଙ୍କ ଗୀତ ୟୁଟ୍ୟୁବରେ ୧ ବିଲିୟନ ଭ୍ୟୁଜ ହାସଲ କରିଛି । ଏପରି ଏକ ଇତିହାସ ରଚିଥିବାରୁ ନୋରା ଖୁବ୍ ଖୁସି ଅଛନ୍ତି ।
ଆଉ ଏହି ଖୁସିକୁ ସେ ଟି-ସିରିଜ ଅଫିସରେ ସେଲିବ୍ରେଟ କରିଛନ୍ତି । ଏହା ସହିତ ଏକ ଭିଡ଼ିଓ ସେୟାର କରି ଲେଖିଛନ୍ତି- ‘ନୋରା ହେଉଛନ୍ତି ପ୍ରଥମ ଆଫ୍ରିକୀୟ ଆରବ ମହିଳା କଳାକାର, ଯାହାର ଗୀତ ଦିଲବାର ୟୁଟ୍ୟୁବରେ ୧ ବିଲିୟନ ଭ୍ୟୁ ପାଇଛି। ଆପଣ ସମସ୍ତଙ୍କର ଭଲପାଇବା ପାଇଁ ଧନ୍ୟବାଦ । ‘

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking