34.1 C
Bhubaneswar
Sunday, April 26, 2026
Homeଓଡିଶାଚାକିରି ଆବେଦନ ପାଇଁ ଆଉ ଦରକାର ନାହିଁ ଏନ୍‌ଓସି

ଚାକିରି ଆବେଦନ ପାଇଁ ଆଉ ଦରକାର ନାହିଁ ଏନ୍‌ଓସି

ଭୁବନେଶ୍ୱର: ଏଣିକି ସାଧାରଣ ପ୍ରଶାସନ ବିଭାଗ ଅଧୀନରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀମାନଙ୍କୁ ଅନ୍ୟତ୍ର ଚାକିରି ଆବେଦନ ପାଇଁ ବାରମ୍ବାର ଆଗୁଆ ଏନଓସି ନେବାକୁ ପଡ଼ିବ ନାହିଁ। ତେବେ ନୂଆ ଚାକିରିରେ ଚୟନ ହେବା ପରେ ବର୍ତ୍ତମାନର ପଦବୀରୁ ଅବ୍ୟାହତି ପାଇବା ନିମନ୍ତେ ବିଧିବଦ୍ଧ ଭାବେ ବିଭାଗର ଅନୁମତି ନେବା ଜରୁରୀ। ସରକାର ଚାହିଁଲେ କୌଣସି କର୍ମଚାରୀଙ୍କୁ ବି ରିଲିଭ୍ କରିବାକୁ ଅଗ୍ରାହ୍ୟ କରିପାରିବେ। ସାଧାରଣ ପ୍ରଶାସନ ବିଭାଗ ବା ଜିଏ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। କର୍ମଚାରୀଙ୍କ ପାଇଁ ଏକ ସ୍ଥାୟୀ ଅନୁମତି ପ୍ରଦାନ କରାଯାଇଛି। ନିର୍ଦ୍ଦେଶନାମା ଆଧାରରେ କର୍ମଚାରୀମାନେ ୟୁପିଏସ୍‌ସି, ଓପିଏସ୍‌ସି, ଏସ୍‌ଏସ୍‌ବି, ଓଏସ୍‌ଏସ୍‌ସି ଭଳି ବିଭିନ୍ନ ନିଯୁକ୍ତି ପରୀକ୍ଷା ପାଇଁ ସିଧାସଳଖ ଆବେଦନ କରିପାରିବେ। ପୂର୍ବ ଭଳି ପ୍ରତି ପରୀକ୍ଷା ପାଇଁ ପ୍ୟଥକ ଭାବେ ଏନ୍‌ଓସି ନେବାର ଆବଶ୍ୟକତା ନାହିଁ। ଜିଏର ଜଣେ ଅଧିକାରୀ କହିଛନ୍ତି ଯେ, ପରୀକ୍ଷା ଦେବାକୁ ଯିବା ପୂର୍ବରୁ ସଂପୃକ୍ତ କର୍ତ୍ତୃପକ୍ଷଙ୍କଠାରୁ ଛୁଟି ଏବଂ ହେଡ୍‌କ୍ୱାର୍ଟର ଛାଡ଼ିବା ପାଇଁ ଅନୁମତି ନେବା ବାଧ୍ୟତାମୂଳକ। ଏଥିପାଇଁ ଆଡମିଟ୍ କାର୍ଡ଼ ଦେଖାଇବାକୁ ପଡ଼ିବ। ପୂର୍ବରୁ ପ୍ରତିଟି ଆବେଦନ ପାଇଁ ପୃଥକ ଭାବେ ଏନ୍‌ଓସି ନେବା ପ୍ରକ୍ରିୟା ବେଶ୍ ସମୟ ସାପେକ୍ଷ ଥିଲା। ରୁଟିନ୍ କାମରେ ଅନାବଶ୍ୟକ ଫାଇଲ୍ କାମ ବଢ଼ୁଥିଲା। ହେଲେ ଅନ୍ୟତ୍ର ଚାକିରି ଆବେଦନ ପାଇଁ ବାରମ୍ବାର ନୋ ଅବଜେକ୍ସନ ସାର୍ଟିଫିକେଟ୍ ମାଗିବାକୁ ପଡ଼ିବନାହିଁ। ଏହି ନିର୍ଦ୍ଦେଶନାମା ଯୋଗୁଁ ଚାକିରି ଆଶାୟୀ ସରକାରୀ କର୍ମଚାରୀମାନେ ଖୁସି ବ୍ୟକ୍ତ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking