28.1 C
Bhubaneswar
Sunday, June 23, 2024
Homeଓଡିଶାଏଣିକି ସବୁଦିନ ସଂଧ୍ୟାରେ ଟ୍ୱିନସିଟିକୁ ଟ୍ରକ ମନା

ଏଣିକି ସବୁଦିନ ସଂଧ୍ୟାରେ ଟ୍ୱିନସିଟିକୁ ଟ୍ରକ ମନା

ଭୁବନେଶ୍ୱର : ଏଣିକି ସବୁଦିନ ସଂଧ୍ୟାରେ ଟ୍ୱିନସିଟିକୁ ଟ୍ରକ ମନା । ପ୍ରତ୍ୟେକ ଦିନ ସଂଧ୍ୟା ୫ଟାରୁ ସାଢ଼େ ୭ଟା ମଧ୍ୟରେ ରହିବ କଟକଣା। ୬ ଚକିଆ କିମ୍ବା ତାଠାରୁ ଚକିଆ ଗାଡ଼ି ଚକିଆ ସହର ମଧ୍ୟକୁ ପ୍ରବେଶ କରିପାରିବେ ନାହିଁ । ସେ ଜାତୀୟ ରାଜପଥ ହେଉ କିମ୍ବା ରାଜ୍ୟ ରାଜପଥ ସହର ମଧ୍ୟରେ ଭାରିଯାନ ଚଳାଚଳ ଉପରେ ନିୟନ୍ତ୍ରଣ ଆଣିବା ଉଦ୍ଦେଶ୍ୟରେ ଭୁବନେଶ୍ଵର କଟକ କମିଶନରେଟ ପୋଲିସ ଏହି ନିଷ୍ପତ୍ତି ନେଇଛି । ସୂଚନା ଅନୁଯାୟୀ ଏହି ନିଷ୍ପଭି ଅନୁସାରେ, ଭୁବନେଶ୍ଵର କସ୍ମୋପଲିସ ଛକ ଠାରୁ ହଂସପାଳ ଛକ ମଧ୍ୟରେ ଟ୍ରକ ଚଳାଚଳ ବନ୍ଦ ରହିବ। ସେହିପରି କଟକର ମଧୁପାଟଣା ଛକ ଠାରୁ ଶିଖରପୁର ଛକ ମଧ୍ୟରେ ସନ୍ଧ୍ୟା ସମୟରେ ଟ୍ରାଫିକ ସମସ୍ୟା ଦେଖାଯାଉଛି। ଏହାଯୋଗୁଁ ସାଧାରଣ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଜନସାଧାରଣଙ୍କ ଗମନାଗମନରେ ସୁବିଧା ପାଇଁ ସହରାଞ୍ଚଳ ଆଇନ ୨୦୦୩ର ଧାରା ୨୮ ଅନୁସାରେ ଏବଂ ପୋଲିସ କମିଶନରେଟ ଓ ପବ୍ଲିକ ଅର୍ଡର ଧାରା ୩୪ (୧) ଅନୁସାରେ ଏହି ନିୟମ କରାଯାଇଛି । ଏହି ନିୟମ ଅନୁଯାୟୀ ମଙ୍ଗୁଳି ଛକରୁ କଟକ ଭିତରକୁ ଏବଂ ପିତାପଲ୍ଲିରୁ ଭୁବନେଶ୍ଵର ମଧ୍ୟରୁ ଟ୍ରକ, ଟ୍ରେଲର ଭଳି ଭାରିଯାନ ପ୍ରବେଶ କରିପାରିବେନି । କେବଳ ଜରୁରୀକାଳୀନ ପରି ସ୍ଥିତିରେ  ଅନୁମତି ନେଇ ଭାରିଯାନ ପ୍ରବେଶ କରାଯାଇପାରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking