21.1 C
Bhubaneswar
Sunday, January 26, 2025
Homeଦେଶ ବିଦେଶପାକିସ୍ତାନ ବିଶ୍ୱବିଦ୍ୟାଳୟରେ ହୋଲି ଖେଳିବା ମନା

ପାକିସ୍ତାନ ବିଶ୍ୱବିଦ୍ୟାଳୟରେ ହୋଲି ଖେଳିବା ମନା

କରାଚୀ : ପାକିସ୍ତାନର ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ହୋଲି ପାଳନକୁ ନିଷିଦ୍ଧ କରାଯାଇଛି । ଏନେଇ ପାକିସ୍ତାନର ଉଚ୍ଚଶିକ୍ଷା ଆୟୋଗ (ଏଚଇସି) ( ଭାରତର ୟୁଜିସି ପରି) ଏକ ଆଦେଶ ଜାରି କରିଛନ୍ତି । ଆଦେଶରେ କୁହାଯାଇଛି ଯେ ହୋଲି ପାଳନ ପାକିସ୍ତାନର ଇସ୍ଲାମୀୟ ପରିଚୟର ବିରୋଧାଚରଣ କରୁଛି । ଗତ ଜୁନ୍ ୧୨ ରେ ପାକିସ୍ତାନର କାଏଦ-ଏ-ଆଜମ ବିଶ୍ୱବିଦ୍ୟାଳୟରେ ହୋଲି ପର୍ବ ପାଳିତ ହୋଇଥିଲା । ଏହି ସମୟରେ ହୋଲିର ରଙ୍ଗରେ ଛାତ୍ରଛାତ୍ରୀମାନେ ମସ୍ତି କରୁଥିବାର ଭିଡିଓ ପାକିସ୍ତାନରେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା । ଏହାକୁ ଇସଲାମ ପ୍ରତି ବିପଦ ବୋଲି ଭାବି ପାକିସ୍ତାନ ସରକାର ଏବେ ବିଶ୍ୱବିଦ୍ୟାଳୟରେ ଏଭଳି କାର୍ଯ୍ୟକଳାପ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।

ଏହି ଆଦେଶରେ କୁହାଯାଇଛି, ” ସାମାଜିକ-ସାଂସ୍କୃତିକ ମୂଲ୍ୟବୋଧକୁ ସୁରକ୍ଷିତ ରଖିବା ପାଇଁ ବିଶ୍ୱବିଦ୍ୟାଳୟରେ ହୋଲି ପର୍ବ ପାଳନ କୁ ନିଷିଦ୍ଧ କରାଯାଇଛି । ଏଭଳି କାର୍ଯ୍ୟକଳାପ ଆମକୁ ଦେଶର ସାମାଜିକ-ସାଂସ୍କୃତିକ ମୂଲ୍ୟବୋଧଠାରୁ ସମ୍ପୂର୍ଣ୍ଣ ଅଲଗା କରିଦିଏ । ଏପରି କରିବା ଦ୍ୱାରା ଦେଶର ଇସ୍ଲାମୀୟ ପରିଚୟ ପ୍ରଭାବିତ ହୋଇଥାଏ । ସାଂସ୍କୃତିକ ଓ ଧାର୍ମିକ ବିବିଧତା ସମାଜକୁ ପରସ୍ପର ପ୍ରତି ସହନଶୀଳ କରିଥାଏ, ଏହା ଦ୍ୱାରା ଅନ୍ୟ ଧର୍ମର ଲୋକଙ୍କ ପ୍ରତି ସମ୍ମାନ ବଢିଥାଏ, କିନ୍ତୁ ଏହାକୁ ଏକ ସୀମା ମଧ୍ୟରେ ରହି କରିବା ଆବଶ୍ୟକ । କିନ୍ତୁ ଏଚଇସିର ଏହି ନିଷ୍ପତ୍ତିକୁ ନେଇ ପାକିସ୍ତାନର ସିନ୍ଧ ପ୍ରଦେଶରେ ବ୍ୟାପକ ସମାଲୋଚନା କରାଯାଉଛି ।”

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking