17.1 C
Bhubaneswar
Saturday, December 28, 2024
Homeକରୋନାନିଜାମୁଦ୍ଦିନ ମରକଜରେ ୫୦ ଜଣଙ୍କୁ ନମାଜ ପାଠ ପାଇଁ ଅନୁମତି ଦେଲେ ଦିଲ୍ଲୀ ହାଇକୋର୍ଟ

ନିଜାମୁଦ୍ଦିନ ମରକଜରେ ୫୦ ଜଣଙ୍କୁ ନମାଜ ପାଠ ପାଇଁ ଅନୁମତି ଦେଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ୫୦ ଲୋକଙ୍କୁ ନିଜାମୁଦ୍ଦିନ ମରକଜ ମସଜିଦର ପ୍ରଥମ ମହଲାରେ ୫ ଥର ନମାଜ ପାଠ କରିବାର ଅନୁମତି ଦେଇଛନ୍ତି । ଦିଲ୍ଲୀ ହାଇକୋର୍ଟ କହିଛନ୍ତି, ୧୦ ଏପ୍ରିଲରେ ଜାରି ହୋଇଥିବା ଡିଡିଏମଏ ନୋଟିଫିକେସନ ଅନୁସାରେ, କୋଭିଡ ମହାମାରୀରେ ଏବେ ଧାର୍ମିକ ସ୍ଥଳକୁ ବନ୍ଦ କରାଯାଇନାହିଁ । ମରକଜ ଉପରେ ବି ପ୍ରତିବନ୍ଧକ ଲାଗୁ କରାଯାଇପାରିବ ନାହିଁ । ତେବେ କୋର୍ଟ କହିଛନ୍ତି, କରୋନା ସ୍ଥିତି ଲଗାତର ଭୟାନକ ହେଉଛି । ଦିଲ୍ଲୀ ୱକଫ ବୋର୍ଡ ନିଜାମୁଦ୍ଦିନ ମରକଜ ଖୋଲିବା ନେଇ ଅଦାଲତରେ ଆବେଦନ କରିଥିଲେ । ଏହି ମାମଲାରେ ଆଜି କେନ୍ଦ୍ର ସରକାର ଦିଲ୍ଲୀ ହାଇକୋର୍ଟରେ ଏକ ରିପୋର୍ଟ ଦାଖଲ କରିଥିଲେ । ସେଥିରେ କୁହାଯାଇଥିଲା ଯେ, କୋଭିଡ ୧୯ ସଂକ୍ରମଣ ବଢୁଥିବାରୁ ସମସ୍ତ ପ୍ରକାର ସମାଗମ ଉପରେ ପ୍ରତିବନ୍ଧକ ଲଗାଉଥିବା ଡିଡିଏମଏର ଅଧିସୂଚନା ସବୁ ଧର୍ମ ଉପରେ ଲାଗୁ ହୋଇଥାଏ । ହେଲେ ରିପୋର୍ଟରେ ଏହା ସ୍ପଷ୍ଟ କରାଯାଇନାହିଁ ଯେ, ସବୁ ଧାର୍ମିକ ସ୍ଥଳକୁ ବନ୍ଦ କରାଯିବ କି ନୁହେଁ । ନିଜାମୁଦ୍ଦିନ ମରକଜ ଗତବର୍ଷ କୋଭିଡ ୧୯ ମହାମାରୀ ସମୟରେ ଧାର୍ମିକ କାର୍ଯ୍ୟକ୍ରମ ହୋଇଥିଲା । ଯାହାପରେ ୩୧ ମାର୍ଚ୍ଚରୁ ମରକଜ ବନ୍ଦ ଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking