40.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶମୋଦି ମିଛ ପ୍ରତିଶୃତି ଦେଉଛନ୍ତି

ମୋଦି ମିଛ ପ୍ରତିଶୃତି ଦେଉଛନ୍ତି

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟି ବିଧାନସଭା ନିର୍ବାଚନରେ ୭୦ ସିଟ ବି ଜିତିପାରିବ ନାହିଁ । ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ଜଲପାଇଗୁଡି ଜିଲ୍ଲାର ଡାବଗ୍ରାମ-ଫୁଲବାଡୀରେ ଏକ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା କରାଯାଇଥିବା ଦାବିର ଉପହାସ କରିଥିଲେ କି ଭାଜପା ୨୯୪ ସିଟ ବିଶିଷ୍ଟ ବିଧାନସଭା ପାଇଁ ନିର୍ବାଚନର ୪ଟି ପର୍ଯ୍ୟାୟରେ ୧୦୦ ସିଟ ଜିତିସାରିଛନ୍ତି । ମମତା କହିଥିଲେ, ପ୍ରଧାନମନ୍ତ୍ରୀ କହିଥିଲେ ଯେଉଁ ୧୩୫ ସିଟରେ ଏପର୍ଯ୍ୟନ୍ତ ନିର୍ବାଚନ ହୋଇଛି, ତା ମଧ୍ୟରୁ ଭାଜପା ଆରମ୍ଭରୁ ୧୦୦ ସିଟ ଜିତିସାରିଛି । ମୁଁ କହିପାରିବି ନିର୍ବାଚନ ଶେଷ ହେବା ପରେ ଭାଜପାକୁ ମୋଟ ୨୯୪ ସିଟରୁ ୭୦ ସିଟ ବି ମିଳିବନି ।
ବିଜେପି ଗୋଟିଏ ପ୍ରସଙ୍ଗରେ ଭିନ୍ନ ଭିନ୍ନ ସ୍ଥାନରେ ଅଲଗା କଥା କହି ମିଛ ପ୍ରଚାର କରୁଛି ବୋଲି ମମତା କହିଛନ୍ତି । ଯଦି ତୃଣମୂଳ ପୁଣି କ୍ଷମତାକୁ ଆସେ ତେବେ ପଶ୍ଚିମବଙ୍ଗରେ ବିବାଦୀୟ ରାଷ୍ଟ୍ରୀୟ ନାଗରିକ ରେଜିଷ୍ଟର ଲାଗୁ ହେବାକୁ ଦେବନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking