27.1 C
Bhubaneswar
Friday, May 23, 2025
Homeଦେଶ ବିଦେଶ‘ଇଣ୍ଡିଆ’ ମେଣ୍ଟର ନିଷ୍ପତ୍ତିକୁ ନୀତୀଶଙ୍କ ଅଗ୍ରାହ୍ୟ

‘ଇଣ୍ଡିଆ’ ମେଣ୍ଟର ନିଷ୍ପତ୍ତିକୁ ନୀତୀଶଙ୍କ ଅଗ୍ରାହ୍ୟ

ପାଟନା : ସାମ୍ବାଦିକଙ୍କୁ ବାସନ୍ଦ କରିବା ପ୍ରସଙ୍ଗରେ ବିରୋଧୀ ‘ଇଣ୍ଡିଆ’ ମେଣ୍ଟ ନେଇଥିବା ନିଷ୍ପତ୍ତିକୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଅଗ୍ରାହ୍ୟ କରିଛନ୍ତି । ସାମ୍ବାଦିକଙ୍କୁ ବାସନ୍ଦ କରାଯିବା ସମ୍ପର୍କରେ ନୀତୀଶ କହିଛନ୍ତି ଯେ ‘ମୁଁ କୌଣସି ସାମ୍ବାଦିକଙ୍କୁ ବିରୋଧ କରେ ନାହିଁ। ସାମ୍ବାଦିକଙ୍କୁ ବାସନ୍ଦ କରାଯିବା ନିଷ୍ପତ୍ତି ଭୁଲ୍। ଯେତେବେଳେ ସାମ୍ବାଦିକମାନେ ପୂର୍ଣ୍ଣ ସ୍ବାଧାନତା ପାଇବେ ସେତେବେଳେ ସେମାନେ କ’ଣ ଠିକ୍‌ ଓ କ’ଣ ଭୁଲ୍‌ ତାହା ଲେଖିପାରିବେ। ତେଣୁ ସାମ୍ବାଦିକଙ୍କୁ ନିୟନ୍ତ୍ରଣରେ ରଖାଯିବା ଉଚିତ୍ ନୁହେଁ।’ କେନ୍ଦ୍ରରେ କ୍ଷମତାସୀନ ସରକାରକୁ ସମାଲୋଚନା କରି ନୀତୀଶ କହିଛନ୍ତି ଯେ ବର୍ତ୍ତମାନର ସରକାର କେତେକ ଗଣମାଧ୍ୟମକୁ ନିଜ ନିୟନ୍ତ୍ରଣରେ ରଖିଛନ୍ତି। ସରକାରଙ୍କ ନିୟନ୍ତ୍ରଣରେ ରହିଥିବା ଗଣମାଧ୍ୟମଗୁଡିକ ନିୟମିତ ଭୁଲ୍‌ କରି ଚାଲିଛନ୍ତି।

ବୁଧବାର ନୂଆଦିଲ୍ଲୀରେ ଅନୁଷ୍ଠିତ ଇଣ୍ଡିଆ ମେଣ୍ଟର ୧୪ଜଣିଆ ସମନ୍ବୟ କମିଟି ବୈଠକରେ କେତେକ ସାମ୍ବାଦିକଙ୍କୁ ବାସନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ନିଷ୍ପତ୍ତି ଅନୁଯାୟୀ ରିପବ୍ଲିକ୍ ଟିଭିର ଅର୍ଣ୍ଣବ ଗୋସ୍ବାମୀ, ଆଜ୍‌ ତକ୍‌ର ସୁଧୀର ଚୌଧୁରୀ, ନ୍ୟୁଜ-୧୮ର ଅସୀମ ଦେବଗନ, ଟାଇମ୍ସ ନାଓର ନବିକା କୁମାର, ଇଣ୍ଡିଆ ଟୁଡେର ଗୌରବ ସାୱନ୍ତ ଭଳି ୧୪ଜଣ ନ୍ୟଜ୍‌ ଆଙ୍କର ତଥା ସାମ୍ବାଦିକଙ୍କ କାର୍ଯ୍ୟକ୍ରମକୁ ବର୍ଜନ କରାଯିବ। ସାମ୍ବାଦିକଙ୍କୁ ବାସନ୍ଦ ନେଇ ଇଣ୍ଡିଆ ମେଣ୍ଟର ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସମାଲୋଚନା କରାଯିବା ପରେ ଏଥିରେ ପରିବର୍ତ୍ତନ କରାଯାଇଛି। କଂଗ୍ରେସ ନେତା ପୱନ ଖେରା କହିଛନ୍ତି ଯେ ବିରୋଧୀ ମେଣ୍ଟ କୌଣସି ସାମ୍ବାଦିକଙ୍କୁ ବାସନ୍ଦ କରିବାକୁ ନିଷ୍ପତ୍ତି ନେଇ ନାହିଁ। ବରଂ ସାମ୍ବାଦିକଙ୍କୁ ସହଯୋଗ ନ କରିବା ଲାଗି ମେଣ୍ଟ ନିଷ୍ପତ୍ତି ନେଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking