26.1 C
Bhubaneswar
Monday, December 11, 2023
Homeଓଡିଶାମୋ ବସ୍‌ ଓ କାର୍‌ ମଧ୍ୟରେ ମୁହାଁମୁହିଁ ଧକ୍କା; ଜଣେ ମୃତ, ୧୨ରୁ ଉର୍ଦ୍ଧ୍ବ ଯାତ୍ରୀ...

ମୋ ବସ୍‌ ଓ କାର୍‌ ମଧ୍ୟରେ ମୁହାଁମୁହିଁ ଧକ୍କା; ଜଣେ ମୃତ, ୧୨ରୁ ଉର୍ଦ୍ଧ୍ବ ଯାତ୍ରୀ ଗୁରୁତର

ପୁରୀ: ମୋ ବସ୍‌ ଓ କାର୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ପୁରୀ କୋଣାର୍କ ମେରାଇନ ଡ୍ରାଇଭ ରାସ୍ତାରେ ଘଟିଛି ଏହି ସଡକ ଦୁର୍ଘଟଣା। ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବାବେଳେ ୧୨ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ପୁରୀରୁ କାକଟପୁର ଅଭିମୁଖେ ମୋ ବସ ଯାଉଥିବା ବେଳେ ତାକୁ କୋଣାର୍କ ଆଡୁ ଆସୁଥିବା ଏକ କାର ସାମ୍ନାରୁ ଧକ୍କା ଦେଇଥିଲା। ଯାହାଫଳରେ ବସ୍‌ରେ ଥିବା ୧୦ ଜଣ ଏବଂ କାର୍‌ରେ ଥିବା ୪ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିଲେ । ଗୁରୁତରଙ୍କୁ ମଧ୍ୟରୁ ଜଣେ ମୃତ୍ୟୁବରଣ କରିଥିବା ଜଣାପଡିଛି । ମୋ ବସ ଡ୍ରାଇଭର ଏବେ ବି ବସ ମଧ୍ୟରେ ଫସି ରହିଥିବା ବେଳେ ତାଙ୍କୁ ଉଦ୍ଧାର ପାଇଁ କୋଣାର୍କ ଚମ୍ପାହର ଅଗ୍ନିଶମ ବିଭାଗ କାର୍ଯ୍ୟ ଜାରି ରଖିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking