ଚେନ୍ନାଇ: ଚଳିତ ଆଇପିଏଲ୍ରେ ରବିବାର ଏଠାକାର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ଠାରେ କୋଲ୍କାତା ନାଇଟ୍ ରାଇଡର୍ସକୁ ଭେଟିଥିଲା । ଏହି ମ୍ୟାଚ୍ରେ ଭ୍ରମଣକାରୀ ଦଳର ବୋଲର୍ମାନେ ମନ୍ଥର ଗତିରେ ବୋଲିଂ କରିଥିବାରୁ ଏଥିପାଇଁ ଅଧିନାୟକ ନୀତୀଶ ରାଣାଙ୍କୁ ୨୪ ଲକ୍ଷ ଟଙ୍କାର ଜୋରିମାନା ଭରିବାକୁ ପଡ଼ିଛି ।
ସେହିପରି ଚଳିତ ସଂସ୍କରଣରେ କୋଲ୍କାତା ଦଳର ବୋଲର୍ମାନେ ଦ୍ୱିତୀୟ ଥର ପାଇଁ ଏପରି ଭୁଲ୍ କରିଥିବାରୁ ଦଳର ଇମ୍ପାକ୍ଟ ସବ୍ଷ୍ଟିଚ୍ୟୁଟ୍ ସହ ଅନ୍ୟାନ୍ୟ ସଦସ୍ୟଙ୍କ ଉପରେ ମଧ୍ୟ ସେମାନଙ୍କ ମ୍ୟାଚ୍ ଫି’ର ୨୫ ପ୍ରତିଶତ ଅଥବା ୬ ଲକ୍ଷ ଟଙ୍କା (ଯାହା ବି କମ୍ ହେବ) ଜୋରିମାନା କରାଯାଇଛି ବୋଲି ଆଇପିଏଲ୍ ଗଭର୍ଣ୍ଣିଂ କାଉନ୍ସିଲ୍ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ।