22.1 C
Bhubaneswar
Thursday, January 9, 2025
Homeଓଡିଶାଏନ୍‌ଆଇଟିର ୧୮ତମ ସମାବର୍ତ୍ତନ ଉତ୍ସବ : ୨୧ରେ  ଡିଗ୍ରୀ ପାଇବେ ୧୪୭୦ ଛାତ୍ରଛାତ୍ରୀ

ଏନ୍‌ଆଇଟିର ୧୮ତମ ସମାବର୍ତ୍ତନ ଉତ୍ସବ : ୨୧ରେ  ଡିଗ୍ରୀ ପାଇବେ ୧୪୭୦ ଛାତ୍ରଛାତ୍ରୀ

ରାଉରକେଲା :   ଚଳିତ ମାସ ୨୧ ତାରିଖଷର ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍‌ଆଇଟି) ରାଉାରକେଲାର  ୧୮ତମ ସମାବର୍ତ୍ତନ ଉତ୍ସବ ହେବାକୁ ଯାଉଛି । ଏଥିରେ ମୁଖ୍ୟ ଅତିଥି ଭାବରେ ମହାମହିମ ରାଷ୍ଟ୍ରପତି ଯୋଗଦେବେ ।  ଏ ନେଇ ରାଷ୍ଟ୍ରପତି ଭବନରୁ  ସ୍ୱୀକୃତି ଜାରି କରାଯାଇଛି ।  ଆଜି ଏ ସମ୍ପର୍କରେ ଏନ୍‌ଆଇଟଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।  ରାଜ୍ୟପାଳ ଗଣେଶୀ ଲାଲ,  ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର  ପ୍ରଧାନ,  ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର  ଦାସ ପ୍ରମୁଖ ଆତିଥ୍ୟ ଗ୍ରହଣ କରିବେ ।  କରୋନା ଯୋଗୁ  ଚଳିତ ଥର ସମାବର୍ତ୍ତନ କାର୍ଯ୍ୟକ୍ରମ ବିଳମ୍ବ ହୋଇଛି ।  ଏହି ବର୍ଷ  ବିଭିନ୍ନ ବିଭାଗର ମୋଟ ୧୪୭୦ ଜଣ ଛାତ୍ରଛାତ୍ରୀ ଡିଗ୍ରୀ ପାଇବେ ।  ବିଟେକ୍‌ରେ ୫୪୪ ଜଣ, ବି(ଆର୍କ) ୧୭ ଜଣ,  ଡୁଆଲ କୋର୍ସରେ  ୧୧୭ ଜଣ,  ଏମଏସସିରେ ୭୫ ଜଣ,  ଏମଟେକ୍ ୪୨୪ ଜଣ, ଏମଏସସିରେ ୧୨୫ ଜଣ, ଏମବିଏରେ ୨୫ ଜଣ, ଏମଏରେ ୨୧ ଜଣ, ଏମଟେକ୍ (ରିସର୍ଚ୍ଚ)ରେ ୪ ଜଣ, ପିଏଚ୍‌ଡିରେ ୧୧୮ ଜଣ  ଏହି ଡିଗ୍ରୀ ପାଇବେ । ସେହିପରି  ୬ ଜଣ ସ୍ୱର୍ଣ୍ଣ ଓ ୭୦ ଜଣ  ରୌପ୍ୟ ପଦକ ପାଇବେ ।  ଏହି ଅବସରରେ ୮ ଜଣ ପ୍ରାକ୍ତନ ଛାତ୍ରଙ୍କୁ  \’ ଆଲୁମିନି ଆୱାର୍ଡ଼୨୦୨୦\’ ପ୍ରଦାନ କରାଯିବ । ୧୯୭୦  ମେଟ୍ରଲୋଜିକାଲ ବିଭାଗର ଡ. ରାଜକିଶୋର ପରମଗୁରୁ,  ୧୯୮୫  ଇଲେକ୍ଟ୍ରିକାଲ ବିଭାଗର  ଆଶୁତୋଷ  ଦତ,  ୧୯୬୭ ଇଲେକ୍ଟ୍ରିକାଲ ବିଭାଗର  ଏୟାର ଭାଇସ ମାର୍ସଲ ଶୁଭଙ୍କ ଶେଖର ଲାହିରୀ,୧୯୮୫ କେମିକାଲ ଇଂଜିନିୟରିଂ ବିଭାଗର  ଏସ ଏମ ବୈଦ୍ୟ,  ୧୯୮୯ ମେକାନିକାଲ ଇଂଜିନିୟର ବିଷ୍ଣୁପଦ ସେଠୀ,  ୧୯୭୧ ମସିହା କେମିକାଲ ବିଭାଗର  ଏଫ୍‌. ସି ମହାନ୍ତି, ୧୯୬୯ ବ୍ୟାଚ୍ ଇଲେ୍‌ଟ୍ରିକାଲ ବିଭାଗର ଭାରତ ଭୂଷଣ ମହାନ୍ତି, ୧୯୭୨ ମସିହା କେମିକାଲ ବିଭାଗର ଗ୍ୟାରୀ କ୍ରିଷ୍ଣନ ପ୍ରମୁଖ ୮ ଜଣଙ୍କୁ  ଆଲୁମିନି ଆୱାର୍ଡ଼ ପ୍ରଦାନ କରାଯିବ ବୋଲି   ଏନ୍‌ଆଇଟି ଲୋକ ସମ୍ପର୍କ ଅଧିକାରୀ ଅର୍ଚ୍ଚନା ଗୁପ୍ତା ସୂଚନା ଦେଇଛନ୍ତି ।  ସେହିପରି ଇସ୍ପାତ ଜେନେରାଲ ହସିପଟାଲରେ  ନବନିର୍ମିତ ସୁପରସ୍ପେଶିଆଲିଟି ହସପିଟାଲକୁ ମଧ୍ୟ ରାଷ୍ଟ୍ରପତି ଲୋକର୍ପିତ କରିବେ । ଏହାର ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଛି ।  ସେଲ ଅଧ୍ୟକ୍ଷା ,ସେଲ ସଚିବ ସମେତ ସାଂସଦ ଜୁଏଲ ଓରାମ ଓ ବରିଷ୍ଠ ଅଧିକାରୀ ମାନଙ୍କ ମିଳିତ ବୈଠକ ଅନୁଷ୍ଠିତ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking