30.1 C
Bhubaneswar
Wednesday, June 26, 2024
Homeଅପରାଧସ୍ତ୍ରୀକୁ ହାଣିଲା ନୃସଂଶ ସ୍ଵାମୀ

ସ୍ତ୍ରୀକୁ ହାଣିଲା ନୃସଂଶ ସ୍ଵାମୀ

ନୀଳଗିରି : ସ୍ତ୍ରୀକୁ ହାଣିଲା ନୃସଂଶ ସ୍ଵାମୀ। ନୀଳଗିରି ବ୍ଲକ ବରହମପୁର ଥାନା ତେଲିପାଳ ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା। ହତ୍ୟା କରିବା ପରେ ନୃଶଂସ ସ୍ଵାମୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ତେବେ ମୃତ ମହିଳାଙ୍କ ନାମ ମନୀଷା ବୋଲି ଜଣାପଡିଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ପରେ ଶବ ବ୍ୟବଛେଦ ପାଇଁ ପଠାଇଛି। ସୂଚନା ଅନୁସାରେ, ନୀଳଗିରିର ଦୀପକ କଳାକାଦ ଅଞ୍ଚଳର ମନୀଷାଙ୍କୁ ବିବାହ କରିଥିଲେ। ଉଭୟଙ୍କର ଭଲ ପାଇବାରୁ ୨ଟି ସନ୍ତାନ ମଧ୍ୟ ଜାତ ହୋଇଥିଲେ। ତେବେ ଦୀପକଙ୍କ ମନା କରିବା ସତ୍ୱେ ମନୀଷା ନିଜ ଭଉଣୀ ଘରକୁ ଯାଇଥିଲେ। ଫଳରେ ମନୀଷା ଘରକୁ ଫେରିବା ପରେ ଦୁହିଁଙ୍କ ମଧ୍ୟରେ ଏହି କଥାକୁ ନେଇ ପ୍ରବଳ ବଚସା ହୋଇଥିଲା। ଏପରିକି ମନୀଷା ମଧ୍ୟ ପଡିଶା ଲୋକଙ୍କ ସାମ୍ନାରେ ଦୀପକଙ୍କୁ ବହୁତ ଗାଳି ଗୁଲଜ କରିଥିଲେ। ଯାହାର ରାଗ ସୁଝାଇବାକୁ ମନୀଷାଙ୍କୁ ତେଲିପାଳ ପେଟ୍ରୋଲ ପମ୍ପକୁ ଡକାଇଥିଲେ ଦୀପକ। ଆଉ କେହି କିଛି ବୁଝିବା ଆଗକୁ ମନୀଷାଙ୍କ ବେକ ଓ ଶରୀରକୁ ହାଣି ଫେରାର ହୋଇଯାଇଥିଲେ। ପାଖରେ ୨ଟି ପିଲା ବସି କାନ୍ଦୁଥିବା ବେଳେ ସ୍ଥାନୀୟ ଲୋକେ ମନୀଷାଙ୍କୁ ଗୁରୁତର ଅବସ୍ଥାରେ ନୀଳଗିରି ହସ୍‌ପିଟାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking