ଲକ୍ଷ୍ନୌ: ଉତ୍ତର ପ୍ରବେଶରେ ମହିଳାଙ୍କ ନାଇଟ୍ ଡ୍ୟୁଟି ଉପରେ ରୋକ୍ ଲାଗିଛି । ଏହି ନିୟମ ଉଭୟ ସରକାରୀ ଏବଂ ଫ୍ରାଇଭେଟ୍ ସେକ୍ଟରରେ ଲାଗି ହେବ । ଯୋଗୀ ସରକାର ଏହି ଆଦେଶ ଦେଇଛନ୍ତି । ଏହା ସହିତ ସରକାରଙ୍କ ପକ୍ଷରୁ କୁହାଯାଇ ଯେ କୌଣସି ମହିଳା କର୍ମଚାରୀଙ୍କୁ କୌଣସି କାରଣବଶତଃ ସନ୍ଧ୍ୟା ୭ଟାରୁ ସକାଳ ୬ ପର୍ଯ୍ୟନ୍ତ ଡ୍ୟୁଟିରେ ରଖିବାକୁ ହେଲେ ତାଙ୍କର ଲଖିତ ଅନୁମତି ନେବାକୁ ପଡ଼ିବ । ବିନାନୁମତିରେ ନାଇଟ୍ ଡ୍ୟୁଟିରେ କୌଣସି ମହିଳା କର୍ମଚାରୀଙ୍କୁ ରଖିଲେ କାର୍ଯ୍ୟାନୁଷ୍ଠାନ ଦିଆଯିବ ।
ସେହିପରି କୌଣସି ମହିଳା ସନ୍ଧ୍ୟା ୭ଟା ପରେ କାମ କରିବାକୁ ମନାକଲେ ତାଙ୍କୁ କମ୍ପାନୀ କିମ୍ବା ସଂସ୍ଥା ଚାକିରିରୁ ହଟାଇ ପାରିବ ନାହିଁ । ଏହାର ଉଲ୍ଲଂଘନ କଲେ ଜୋରିମାନାରୁ ଜେଲ୍ ପର୍ଯ୍ୟନ୍ତ ଦଣ୍ଡର ବ୍ୟବସ୍ଥା ରହିଛି ବୋଲି ଆଡିସିନାଲ୍ ମୁଖ୍ୟ ସଚିବ (ଶ୍ରମ) ସୁରେଶ ଚନ୍ଦ୍ରା କହିଛନ୍ତି । ଏହି ନିୟମ ଫଳରେ ପ୍ରାଇଭେଟ୍ ସେକ୍ଟର୍ରେ କାମ କରୁଥିବା ମହିଳା ବିଶେଷ ଲାଭବାନ ହେବେ ।