29.1 C
Bhubaneswar
Saturday, May 24, 2025
Homeଦେଶ ବିଦେଶୱାର୍‌ଶିପ୍ ଉପରେ ମିଗ୍‌-୨୯ର ନାଇଟ୍ ଲ୍ୟାଣ୍ଡିଂ

ୱାର୍‌ଶିପ୍ ଉପରେ ମିଗ୍‌-୨୯ର ନାଇଟ୍ ଲ୍ୟାଣ୍ଡିଂ

ନୂଆଦିଲ୍ଲୀ : ଭାରତରେ ପ୍ରଥମ ଥର ପାଇଁ କୌଣସି ଏକ ୱାର୍‌ଶିପ୍ ଉପରେ ଫାଇଟ୍‌ର ଜେଟ୍ ମିଗ୍‌-୨୯କେ’ର ନାଇଟ୍ ଲ୍ୟାଣ୍ଡିଂ କରାଯାଇଛି । ଏହି ଲ୍ୟାଣ୍ଡିଂ ଆଇଏନ୍‌ଏସ୍ ବିକ୍ରାନ୍ତର ଫ୍ଲାଇଟ୍ ଡେକ୍‌ରେ ହୋଇଛି । ଭାରତୀୟ ନୌସେନା ଏହାର ଏକ ଭିଡିଓ ଶେୟାର୍ କରିବା ସହିତ ଏହାକୁ ଆତ୍ମନିର୍ଭରତା ଦିଗରେ ଆଉ ଏକ ପଦକ୍ଷେପ ବୋଲି କହିଛି । ବୁଧବାର ରାତିରେ ହୋଇଥିବା ମିଗ୍‌-୨୯କେ’ର ଏହି ସଫଳ ଲ୍ୟାଣ୍ଡିଂ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ନୌସେନାକୁ ବଧାଇ ଜଣାଇଛନ୍ତି । ସେ କହିଛନ୍ତି ଏହା ଏକ ଐତିହାସିକ ଉପଲବ୍ଧି । ଏହା ଆଇଏନ୍‌ଏସ୍ ବିକ୍ରାନ୍ତର କ୍ରୁ ସଦସ୍ୟ ଏବଂ ପାଇଲଟ୍‌ଙ୍କ କୌଶଳର ପ୍ରମାଣ ବୋଲି ସେ କହିଛନ୍ତି । ରାତି ସମୟରେ କୌଣସି ଏୟାରକ୍ରାଫ୍ଟ କ୍ୟାରିୟର୍ ଉପରେ ଫାଇଟର୍ ଜେଟ୍‌ର ଲ୍ୟାଣ୍ଡିଂ କରାଇବା ବହୁ କଷ୍ଟକର ହୋଇଥାଏ । କାରଣ ଏୟାର୍‌କ୍ରାଫ୍ଟ କ୍ୟାରିୟର୍‌ର ଗତି ୪୦-୫୦ କିମି ପ୍ରତି ଘଣ୍ଟା ହୋଇଥିବା ବେଳେ ଫାଇଟର୍ ଜେଟ୍‌ର ଗତି ସାଧାରଣତଃ ୨୫୦ କିମି ପ୍ରତି ଘଣ୍ଟା ରହିଥାଏ। ଏପରି ଅବସ୍ଥାରେ ପାଇଲଟ୍‌ଙ୍କୁ ଜେଟ୍‌ର ଗତି ଓ କ୍ୟାରିୟର୍‌ର ଗତି ହିସାବରେ ମ୍ୟାନେଜ କରିବାକୁ ପଡ଼ିଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking