29.1 C
Bhubaneswar
Friday, October 4, 2024
Homeଦେଶ ବିଦେଶକର୍ଣ୍ଣାଟକରେ ହଟିବ ହିଜାବ୍ ବ୍ୟାନ୍‌!

କର୍ଣ୍ଣାଟକରେ ହଟିବ ହିଜାବ୍ ବ୍ୟାନ୍‌!

ବେଙ୍ଗାଲୁରୁ : କର୍ଣ୍ଣାଟକରେ ସିଦ୍ଧରମେୟା ସରକାର ରାଜ୍ୟର ସ୍କୁଲ, କଲେଜରେ ଲାଗୁ ହିଜାବ୍ ବ୍ୟାନ୍ ହଟାଇବା ସଙ୍କେତ ଦେଇଛନ୍ତି । ମନ୍ତ୍ରୀ ପ୍ରିୟାଙ୍କ ଖଡ୍‌ଗେ କହିଛନ୍ତି, ତାଙ୍କ ସରକାର ଅସାମ୍ବିଧାନିକ ଏବଂ କୌଣସି ବ୍ୟକ୍ତିଙ୍କ ଅଧିକାର ଉଲ୍ଲଂଘନ କରୁଥିବା ଆଇନର ସମୀକ୍ଷା କରିବ । ଯଦି ଏହି ଆଇନ ରାଜ୍ୟର ଛବିକୁ ପ୍ରଭାବିତ କରୁଥାଏ, ତେବେ ତାହାକୁ ଶେଷ କରିଦିଆଯିବ । ଆମ ସରକାରର ମନୋଭାବ ବହୁତ ସ୍ପଷ୍ଟ । ଗତ ସରକାରରେ ପାରିତ ଆର୍ଥିକ ନୀତି ବିରୋଧୀ ସମସ୍ତ ବିଧେୟକ, ସର୍କୁଲାର୍‌ର ସମୀକ୍ଷା କରିବୁ ଏବଂ ଆବଶ୍ୟକ ପଡ଼ିଲେ ସେଗୁଡ଼ିକୁ ରଦ୍ଦ କରାଯିବ ।

ସେହିପରି ନିର୍ବାଚନ ଘୋଷଣାପତ୍ର ଅନୁସାରେ ବଜରଙ୍ଗ ଦଳକୁ ବ୍ୟାନ୍ କରିବା ପ୍ରଶ୍ନର ଉତ୍ତରରେ ପ୍ରିୟାଙ୍କ କହିଛନ୍ତି, କର୍ଣ୍ଣାଟକରେ ଯିଏ ଅସନ୍ତୋଷ ଏବଂ ଘୃଣାର ମଞ୍ଜି ରୋପଣ କରିବ ତାକୁ ବରଦାସ୍ତ କରାଯିବ ନାହିଁ । ତେଣିକି ସିଏ ବଜରଙ୍ଗ ଦଳ ହେଉ କି ପିଏଫ୍‌ଆଇ କିମ୍ବା ଅନ୍ୟ କୌଣସି ସଂଗଠନ । କର୍ଣ୍ଣାଟକର ଆଇନଶୃଙ୍ଖଳା ପାଇଁ ଯେଉଁ ସଂଗଠନ ବିପଦ ସୃଷ୍ଟି କରିବ, ଆମେ ତା ଉପରେ ବ୍ୟାନ୍ ଲଗାଇବାକୁ ସଙ୍କୋଚ କରିବୁ ନାହିଁ । କଂଗ୍ରେସ ସରକାର ହିଜାବ୍ ଉପରେ ଥିବା ସର୍କୁଲାର୍‌କୁ ପ୍ରତ୍ୟାହୃତ କରିବା ସହିତ ଗତ ବିଜେପି ସରକାର ଦ୍ୱାରା ଅଣାଯାଇଥିବା ଗୋହତ୍ୟା ବିରୋଧୀ ଏବଂ ଧର୍ମାନ୍ତରୀକରଣ ଆଇନକୁ ରଦ୍ଦ କରିବା ଯୋଜନା କରୁଥିବା କଂଗ୍ରେସର ଭିତର ମହଲ ସୂତ୍ରରୁ ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking