ନୂଆଦିଲ୍ଲୀ: ଖାଲିସ୍ତାନୀ ସଂଗଠନ ଏବଂ ସେମାନଙ୍କ ସହ ଜଡିତ ଆତଙ୍କବାଦୀଙ୍କୁ ଦମନ ଲାଗି ପୁରା ଆକ୍ସନ ମୋଡରେ ରହିଛି ଏନଆଇଏ । ଅନୁସନ୍ଧାନକାରୀ ସଂସ୍ଥା ଦେଶରେ ତଥା ବିଦେଶରେ କ୍ରମାଗତ ଭାବରେ ରେଡ୍ କରୁଛି । ରାଜସ୍ଥାନ, ଉତ୍ତରପ୍ରଦେଶ, ପଞ୍ଜାବ ଏବଂ ଦିଲ୍ଲୀର ପ୍ରାୟ ୫୦ଟି ସ୍ଥାନରେ ଏହି ଚଢଉ ଚାଲିଛି । ସୀମାପାର୍ ଆତଙ୍କବାଦ ସମ୍ବନ୍ଧରେ ଏନଆଇଏ ହାତରେ ଠୋସ୍ ପ୍ରମାଣ ଲାଗିଛି । ଏଭଳି ପରିସ୍ଥିତିରେ ଏନଆଇଏ ଖାଲିସ୍ତାନୀଙ୍କ ସମର୍ଥକ ତଥା ବିଦେଶୀ ମାଟିରୁ କାର୍ଯ୍ୟ କରୁଥିବା ଗ୍ୟାଙ୍ଗଷ୍ଟରଙ୍କ ଉପରେ ଆକ୍ରମଣ ଆରମ୍ଭ କରିଛି।