16.1 C
Bhubaneswar
Thursday, January 16, 2025
Homeଦେଶ ବିଦେଶନ୍ୟୁଜ୍ ଡାଇରେକ୍ଟରଙ୍କୁ ଚାକିରିରୁ ବିଦା କଲା ଗୁଗଲ

ନ୍ୟୁଜ୍ ଡାଇରେକ୍ଟରଙ୍କୁ ଚାକିରିରୁ ବିଦା କଲା ଗୁଗଲ

ନୂଆଦିଲ୍ଲୀ : ଗୁଗଲ ନିଜର ନ୍ୟୁଜ୍ ଇକୋସିଷ୍ଟମ ଡେଭଲପମେଣ୍ଟର ଡାଇରେକ୍ଟର , ମାଧବ ଚିନ୍ନାପ୍ପାଙ୍କୁ ଚାକିରିରୁ ହଟେଇ ଦେଇଛି, ଯିଏ କମ୍ପାନୀ ସହ ପାଖାପାଖି ୧୩ ବର୍ଷ ଧରି ରହିଥିଲେ । ମାଧବ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଲିଙ୍କଡଇନ୍ରେ ଗୁଗଲରେ ନିଜର ବିଗତ ସମୟକୁ ମନେପକାଇ ଏକ ଦୀର୍ଘ ଇମୋସନାଲ ପୋଷ୍ଟ ଲେଖିଛନ୍ତି , ଯେଉଁଥିରେ ସେ ସାଥି ଓ ସହକର୍ମୀଙ୍କୁ ଧନ୍ୟବାଦ ଦେଇଛନ୍ତି ଏବଂ କହିଛନ୍ତି କି , ସେ ତାଙ୍କୁ ମନେପକାଇବେ । ଏହା ବ୍ୟତୀତ ସେ ଗୁଗଲରେ ନିଜର କାମର କିଛି କଥା ଉପରେ ବି ଆଲୋଚନା କରିଛନ୍ତି । କହି ରଖୁଛୁ କି ଗୁଗଲରେ ଜଏନ କରିବା ପୂର୍ବରୁ , ମାଧବ ବିବିସିରେ ବିଜେନେସ ଡେଭଲପମେଣ୍ଟ ଓ ରାଇଟ୍ସର ମୁଖ୍ୟ ଥିଲେ ।

ଜାନୁୟାରୀ ୨୦୨୩ରେ ଗୁଗଲ ପାଖାପାଖି ୧୨,୦୦୦ ଜଣ କର୍ମଚାରୀଙ୍କୁ ଚାକିରିରୁ ବାହାର କରି ଦେଇ ଥିଲା । ଗୁଗଲର ସିଇଓ ସୁନ୍ଦର ପିଚାଇ ଏହାର ପୂରା ଦାୟତ୍ୱ ନେଇଥିଲେ ଏବଂ ପରାମର୍ଶ ଦେଇଥିଲେ କି କମ୍ପାନୀ ଗତ ଦୁଇ ବର୍ଷରେ ଅତ୍ୟଧିକ ନିଯୁକ୍ତି ଦେଇଛି, ଯେବେ ସେ ଡ୍ରାମାଟିକ୍ ଗ୍ରୋଥ୍ ପିରିୟଡର ଅନୁଭବ କରିଥିଲା । ପିଚାଇ କହିଛନ୍ତି କି, ଗୁଗଲକୁ ଅଧିକ କର୍ମଚାରୀଙ୍କୁ ନିଯୁକ୍ତି କରି ଏହି ବିକାଶକୁ ବୃଦ୍ଧି କରିବାର ଆବଶ୍ୟକତା ରହିଛି । କିନ୍ତୁ କମ୍ପାନୀକୁ ଏବେ ଏକ ଅଲଗା ଇକୋନୋମିକ ରିୟଲିଟିର ସାମନା କରିବାକୁ ପଡ଼ୁଛି ଏବଂ ତାକୁ ନିଜର ୱର୍କଫୋର୍ସକୁ କମ୍ କରିବାର ଆବଶ୍ୟକତା ରହିଛି । ଟେକ୍ ଇଣ୍ଡଷ୍ଟ୍ରୀରେ ଛଟେଇ ସାଧାରଣ କଥା ହୋଇ ଗଲାଣି , ଗୁଗଲ ,ମେଟା ଓ ମାଇକ୍ରୋସଫ୍ଟ ଭଳି କମ୍ପାନୀ ନିଜର ୱର୍କଫୋର୍ସ କମ୍ କରୁଛନ୍ତି । କିଛି କମ୍ପାନୀମାନେ ଅଧିକ ନିଯୁକ୍ତ ପାଇଁ କୋଭିଡ-୧୯ ମହାମାରୀକୁ ଦାୟୀ କରାଇଛନ୍ତି , କାରଣ ଦୁନିଆ ସାଧାରଣ ସ୍ଥିତିକୁ ଫେରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking