23.1 C
Bhubaneswar
Friday, January 10, 2025
Homeବ୍ରେକୀଙ୍ଗନୂତନ ଶିକ୍ଷା ନୀତିକୁ ନେଇ ରାଜ୍ୟପାଳ ସମ୍ମିଳନୀ

ନୂତନ ଶିକ୍ଷା ନୀତିକୁ ନେଇ ରାଜ୍ୟପାଳ ସମ୍ମିଳନୀ

ନୂଆଦିଲ୍ଲୀ :ରାଷ୍ଟ୍ରୀୟ ଶିକ୍ଷାନୀତି -୨୦୨୦କୁ ନେଇ ରାଜ୍ୟପାଳଙ୍କ ସମ୍ମିଳନୀ । ନୂତନ ଶିକ୍ଷା ନୀତି ଉପରେ ଅନୁଷ୍ଠିତ ହୋଇଥିବା ରାଜ୍ୟପାଳ ସମ୍ମିଳନୀରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଦାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଥିଲେ । କିଛି ଦିନ ତଳେ ସରାକାରଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଶିକ୍ଷା ନିତୀକୁ ନେଇ ଆଲେଚନା କରାଯାଉଛି ।ଦୀର୍ଘ ୩୦ ବର୍ଷ ପରେ ଦେଶରେ ଆସିଛି ଏହି ନୂଆ ଶିକ୍ଷା ନୀତି ।ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଦେଶର ଲକ୍ଷ କେବଳ ନୂତନ ଶିକ୍ଷା ନୀତି ଏବଂ ବ୍ୟବସ୍ଥା ମାଧ୍ୟମରେ ପୂରଣ ହୋଇପାରିବ। ଶିକ୍ଷା ନୀତିରେ ସରକାରଙ୍କ ହସ୍ତକ୍ଷେପ ହ୍ରାସ କରାଯିବା ଉଚିତ।ଆଜି ବିଶ୍ୱରେ ଚାକିରି ଉପରେ ଆଲୋଚନା ହେଉଛି। ଏଭଳି ପରିସ୍ଥିତିରେ ନୂତନ ଶିକ୍ଷା ନୀତି ଛାତ୍ର-ଛାତ୍ରୀଙ୍କ ଜ୍ଞାନ ଏବଂ ଦକ୍ଷତା ବଢ଼ାଇବ ଜ୍ଝ ଏହି ନୀତି ନୂଆ ଭାରତ ଏବଂ ଆତ୍ମନିର୍ଭରଶୀଳ ଭାରତର ମିଶନକୁ ପୂରଣ କରିବ ଜ୍ଝ ଦୀର୍ଘ ଦିନ ଧରି ବ୍ୟାଗ ଏବଂ ବୋର୍ଡ ପରୀକ୍ଷାର ଚାପରେ ପିଲାମାନେ ରହୁଥିଲେ, ଯାହାକୁ ବର୍ତ୍ତମାନ ନୂତନ ଶୀକ୍ଷା ନୀତିରେ ହ୍ରାସ କରାଯାଇଛି।ଛାତ୍ର, ଶିକ୍ଷକ ଏବଂ ଅଭିଭାବକଙ୍କ ସମେତ ଏହି ନୀତି ପ୍ରସ୍ତୁତ କରିବାରେ ଲକ୍ଷ ଲକ୍ଷ ଲୋକଙ୍କ ବିଷୟରେ ଆଲୋଚନା କରାଯାଇଥିଲା।
ନୂଆ ଶିକ୍ଷାନୀତିରେ ପ୍ରାୟ ୨ଲକ୍ଷ ବିଶିଷ୍ଟ ବ୍ୟକ୍ତି ପ୍ରସ୍ତାବ ରଖିଛନ୍ତି ।ଏବେ ଏହି ନୂଆ ଶିକ୍ଷାନୀତିରେ ଲର୍ଣ୍ଣିଂ ଆଉଟକମ୍ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି ।ଆଜିର ଯୁବକମାନେ ନିଜ ନିଜ ରୁଚିକୁ ନେଇ ପାଠ ପଢି ପାରିବେ । ନୂଆ ଶିକ୍ଷାନୀତିକୁ ଦୀର୍ଘ ପରାମର୍ଶର ଏକ ଅଦ୍ଭୁତପୂର୍ବ ପ୍ରସ୍ତୁତି କହିଲେ ରାଷ୍ଟ୍ରପତି ।ନୂଆ ଶିକ୍ଷାନୀତି ଆଧାରରେ ଭାରତ ମହାଶକ୍ତିରେ ପରିଣତ ହୋଇପାରିବ ବୋଲି ରାଷ୍ଟ୍ରପତି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking