ଭୁବନେଶ୍ୱର : ଆଜି ରାଜ୍ୟରେ ପୁଣି ଆଉ ନୂଆ ୭୩୬ଟି କରୋନା ପଜିଟିଭ କେସ୍ ଚିହ୍ନଟ ହୋଇଛି ।ଆଜିର ଚିହ୍ନଟ ହୋଇଥିବା ୭୩୬ଟି କେସ୍ ୨୫ଟି ଜିଲ୍ଲାରୁ ଆସିଛି । ସେଥିମଧ୍ୟରୁ ୪୮୧ ଜଣ କ୍ୱାରେଣ୍ଟାଇନ କେନ୍ଦ୍ରରୁ ଓ ଅନ୍ୟ ୨୫୫ଜଣ ସ୍ଥାନୀୟ ମାମଲା ବୋଲି ଜଣାପଡ଼ିଛି । ଏବେ ରାଜ୍ୟରେ ମୋଟ ୧୭୪୩୭ଟି ପଜିଟିଭ କେସ୍ ଚିହ୍ନଟ ହୋଇଥିବା ବେଳେ ୫୩୮୧ ଜଣ ଆକ୍ଟିଭ କେସ୍ ଭାବେ ଚିକିତ୍ସିତ ହେଉଛନ୍ତି । ୯୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୧୧୯୩୭ ଜଣ ସୁସ୍ଥ ହୋଇ ସାରିଲେଣି । ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ସୂଚନା ମିଳିଛି ।
ଆଜ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୪୭ଜଣ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ପରେ ୧୦୭ଟି ପଜିଟିଭ କେସ୍ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛି । ଯାଜପୁର ଓ ଜଗତସିଂହପୁରରୁ ୪୦ଜଣ ଲେଖାଏଁ, କୋରାପୁଟରୁ ୪୫ଜଣ , ଗଜପତିରୁ ୩୯ଜଣ, ବାଲେଶ୍ୱରରୁ ୩୩ଜଣ , କଟକରୁ ୨୭ଜଣ , ସମ୍ବଲପୁରରୁ ୨୫ଜଣ, ଅନୁଗୁଳ ଜିଲ୍ଲାରୁ ୨୨ଜଣ , ମାଲକାନଗିରିରୁ ୧୮ଜଣ , ସୁନ୍ଦରଗଡ଼ରୁ ୧୭ଜଣ, ପୁରୀରୁ ୧୪ଜଣ,ମୟୁରଭଞ୍ଜରୁ ୧୨ଜଣ , ନୟାଗଡ଼ରୁ ୧୦ଜଣ ; ବୌଦ୍ଧ ଓ ରାୟଗଡ଼ାରୁ ୮ଜଣ ଲେଖାଏଁ , କେନ୍ଦ୍ରାପଡ଼ାରୁ ୭ଜଣ, ଭଦ୍ରକରୁ ୫ଜଣ , ବଲାଙ୍ଗୀରରୁ ୪ଜଣ , ବରଗଡ଼ରୁ ୩ଜଣ , କଳାହାଣ୍ଡିରୁ୨ ଜଣ; ଢେଙ୍କାନାଳ , ନବରଙ୍ଗପୁର,କେନ୍ଦୁଝରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।