29.1 C
Bhubaneswar
Wednesday, May 1, 2024
Homeଅପରାଧଦାଦାକୁ କଟୁରୀରେ ହାଣିଲେ ଦୁଇ ପୁତୁରା

ଦାଦାକୁ କଟୁରୀରେ ହାଣିଲେ ଦୁଇ ପୁତୁରା

ରାଇରଙ୍ଗପୁର: ପାରିବାରିକ ସମ୍ପର୍କରୁ ଗଡିଲା ମୁଣ୍ଡ । ରାଗ ଆଗରେ ତୁଚ୍ଛ ହେଲା ସମ୍ପର୍କ । ପାରିବାରିକ ବିବାଦକୁ ନେଇ ବୀଭତ୍ସ ହତ୍ୟା। ପୁତୁରାର ଆକ୍ରମଣରେ ଚାଲିଗଲା ଦାଦାର ଜୀବନ । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ କଲୋନୀ ସାହି ଗ୍ରାମରେ ଘଟିଛି ଏଭଳି ବୀଭତ୍ସ ହତ୍ୟାକାଣ୍ଡ । ନିଜ ଦାଦାକୁ କଟୁରୀରେ ହାଣି ହତ୍ୟା କରିଛନ୍ତି ଦୁଇ ପୁତୁରା । ଗତକାଲି(ରବିବାର) ଏହି ହତ୍ୟାକାଣ୍ଡ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ମୃତକ ଜଣଙ୍କ ହେଲେ କୋଲୋନୀ ସାହି ଗ୍ରାମର ରବୀନ୍ଦ୍ର ତିରିଆ । ପୋଲିସ ଦୁଇ ପୁତୁରାକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, କପ୍ତିପଦା ଥାନା ଅନ୍ତର୍ଗତ କୋଲୋନୀ ସାହି ଗ୍ରାମର ରବୀନ୍ଦ୍ର ତିରିଆ ଓ ତାଙ୍କ ଦୁଇ ପୁତୁରାଙ୍କ ସହିତ ଦୀର୍ଘ ଦିନ ଧରି ପାରିବାରିକ ବିବାଦ ଲାଗି ରହିଥିଲା । ତେବେ ଗତକାଲି ସନ୍ଧ୍ୟା ସମୟରେ ପାରିବାରିକ ବିବାଦକୁ ନେଇ ରବୀନ୍ଦ୍ର ଓ ତାଙ୍କ ଦୁଇ ପୁତୁରା ରାଜେନ୍ଦ୍ର ତିରିୟା ଓ କାହ୍ନୁ ଚରଣ ତିରିୟାଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ପରେ ଏହି ଝଗଡା ଉଗ୍ରରୂପ ନେଇଥିଲା । ଉତ୍ୟକ୍ତ ହୋଇ ଦୁଇ ପୁତୁରା ଏକ ଠେଙ୍ଗା ଓ କଟୁରୀ ସାହାଯ୍ୟରେ ନିଜ ଦାଦା ରବୀନ୍ଦ୍ରଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ରବୀନ୍ଦ୍ରଙ୍କ ପ୍ରାଣ ଚାଲିଯାଇଥିଲା । ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଥିଲା । ତେବେ ପଡୋଶୀ ଲୋକ ଏହା ଜାଣି ପୋଲିସକୁ ଖବର ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking