ନୂଆଦିଲ୍ଲୀ: ମେଡିକାଲ ପ୍ରାର୍ଥୀଙ୍କ ଅପେକ୍ଷା ସମାପ୍ତ ହେବାକୁ ଯାଉଛି । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଆଜି ନ୍ୟାସନାଲ ଏଲିଜିବିଲିଟି କମ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ)୨୦୨୧ ପାଇଁ ଆପ୍ଲିକେସନ ଫର୍ମ ଜାରି କରିପାରେ । ଅଫିସିଆଲ ୱେବସାଇଟ neet.nta.nic.in ଓ ntaneet.nic.in କୁ ଆକ୍ଟିଭ କରାଯାଇଛି । ଯାହାକୁ ଦେଖିଲେ ଜଣାପଡୁଛି ଯେ, ଖୁବଶୀଘ୍ର ଆପ୍ଲିକେସନ ଫର୍ମ ଉପଲବ୍ଧ ହୋଇପାରେ । ସ୍ନାତ୍ତକ ପାଠ୍ୟକ୍ରମରେ ପ୍ରବେଶ ପାଇଁ ମେଡିକାଲ ପ୍ରବେଶ ପରୀକ୍ଷା ୧ ଅଗଷ୍ଟରୁ ହେବ । ଯେଉଁ ଆଶାୟୀ ଏମବିବିଏସ, ବିଡିଏସ, ବିଏଏମଏସ, ବିୟୁଏମଏସ ଓ ବିଏଚଏମଏସ କୋର୍ସରେ ଆଡମିଶନ ନେବାକୁ ଚାହୁଁଛନ୍ତି, ସେମାନେ ନିଟ୍ ୨୦୨୧ ପରୀକ୍ଷା ପାଇଁ ଆବେଦନ ଫର୍ମ ପୂରଣ କରିପାରିବେ । କହିରଖୁଛୁ ନିଟ୍ ସ୍କୋର ଆଧାରରେ ଦେଶର ସମସ୍ତ ମେଡିକାଲ କଲେଜରେ ଆଡମିଶନ ମିଳିପାରିବ । ତେହେ ଏମ୍ସ ନିଜ ପରୀକ୍ଷା ଅଲଗା ଆୟୋଜିତ କରେ ।
ଏଥିପାଇଁ ଆପଣ ପାସପୋର୍ଟ ସାଇଜ ଫଟୋ ର ସ୍କାନ କପି କିମ୍ବା ଇ କପି ନିଜ ହସ୍ତାକ୍ଷରର ସ୍କାନ ହୋଇଥିବା କପି ରଖନ୍ତୁ । ପିଲାଙ୍କ ବାମ ହାତର ଆଙ୍ଗୁଠି ଚିହ୍ନର ଇ କପିର ସ୍କାନ ହୋଇଥିବା ଫଟୋ ରଖନ୍ତୁ ।
ଦଶମ କ୍ଲାସର ପ୍ରମାଣ ପତ୍ର । ଏଥିପାଇଁ ବୟସସୀମା ୧୭ ବର୍ଷ ପରେ ହୋଇଥିବା ଦରକାର । ତେବେ ନିଟ୍ ପାଇଁ ଆବେଦନ କରିବାକୁ ହେଲେ ଅତିକମରେ ବୟସ ୨୫ ବର୍ଷ ହୋଇଥିବା ଦରକାର ।