28.1 C
Bhubaneswar
Friday, July 19, 2024
Homeଓଡିଶାକରୋନାରେ ବାପା-ମା’ ମୃତ, ଦୁଇ ଶିଶୁ ଅନାଥ

କରୋନାରେ ବାପା-ମା’ ମୃତ, ଦୁଇ ଶିଶୁ ଅନାଥ

ରାୟଗଡା : ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ୍ ଅନ୍ତର୍ଗତ ଗୁଡ଼ିଆବନ୍ଧ ଗ୍ରାମର ଗିରିଷ ସୁନାମୁଦୀ ଓ ଜୋତି ସୁନାମୁଦୀ କରୋନାରେ ଆକ୍ରାନ୍ତ ହୋଇ ଉଭୟ ସ୍ୱାମୀ ଓ ସ୍ତ୍ରୀ ପ୍ରାଣ ହରାଇଛନ୍ତି । ତାଙ୍କର ଦୁଇ ଯାଆଁଳା ଝିଅ ପାଏଲ୍ ଓ ପାବନୀ ବୟସ ମାତ୍ର ୧୧ ହେବ ସେମାନେ ଏକ ପ୍ରକାର ଅନାଥ ହୋଇପଡିଛନ୍ତି । ସୂଚନା ଅନୁଯାୟୀ, ଗିରୀଶ ଓ ଜୋତୀ, ନିଜ ପରିବାରର ଭରଣ ପୋଷଣ ଓ ଦୁଇ ଝିଅଙ୍କୁ ଉଚ୍ଚ ଶିକ୍ଷା ପ୍ରଦାନ କରିବା ଲକ୍ଷ୍ୟରେ ହାଇଦ୍ରାବାଦ ଠାରେ ଦାଦନ ଖଟୁଥିଲେ । କିନ୍ତୁ କରୋନାର ଦ୍ୱିତୀୟ ଲହରୀ ଯୋଗୁଁ ସେଠାରେ କାମ କରିବାରେ ଅସୁବିଧା ହୋଇଥିଲା ଫଳରେ ସେମାନେ ଗତ ମାସ ୨୮ ତାରିଖରେ ରାୟଗଡା ପହଞ୍ଚି ଥିଲେ । ଷ୍ଟେସନ୍‌ରେ ଗିରୀଶ ପ୍ରାଣ ହରାଇଥିଲେ । ଗିରୀଶଙ୍କ ମୃତ୍ୟୁ କରୋନା ଯୋଗୁଁ ହୋଇଥିବା ସନ୍ଦେହ କରି ସ୍ତ୍ରୀ ଜୋତିଙ୍କୁ କରୋନା ପରୀକ୍ଷା କରାଯାଇଥିଲା । ତାଙ୍କର ରିପୋର୍ଟରେ ପଜିଟିଭ ବାହାରିଥିଲା ଫଳରେ ତାଙ୍କୁ ଜେକେ ପୁର୍ ସ୍ଥିତ କୋଭିଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁରସ୍ଥିତ ଏକ କୋଭିଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ସେଠାରେ ଯୋତିଙ୍କ ମଧ୍ୟ ମୃତ୍ୟୁ ଘଟିଥିଲା । ଦୁଇ ଶିଶୁ ଏବେ ଡମ୍ବସରାସ୍ଥିତ ମାମୁଁ ଘରେ ଆଶ୍ରୟ ନେଇଛନ୍ତି । ମାମୁଁ ଘର ଆର୍ଥିକ ଅବସ୍ତା ମଧ୍ୟଭଲ ନଥିବା ଯୋଗୁଁ, ଏବେ ଦୁଇ ଶିଶୁଙ୍କ ଭବିଷ୍ୟତ ଅନ୍ଧକାର ହୋଇପଡିଛି । ଏଭଳି ପରିସ୍ଥିତିରେ ପ୍ରଶାସନ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦେବା ପାଇଁ ପରିବାର ଲୋକେ ଓ ସ୍ଥାନୀୟ ଲୋକେ ନିବେଦନ କରିଛନ୍ତି । ଏହି ଖବର ଶୁଣି ଗୁଣୁପୁର ଉପଜିଲ୍ଲାପାଳ ଶ୍ରି ଯେ ସୋନାଲ ଦୁଇ ବାଳିକାଙ୍କ ମାମୁଁ ଘରକୁ ଯାଇ ପ୍ରଶାସନ ପକ୍ଷରୁ ସହଯୋଗ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଅପରପକ୍ଷେ ଗୁଣୁପୁର ସ୍ଥିତ ଗାନ୍ଧୀ ଇଞ୍ଜିନିୟର ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ, ଡ. ସତ୍ୟପ୍ରକାଶ ପଣ୍ଡା ଦୁଇ ଶିଶୁ କନ୍ୟାର ପଢ଼ାପଢ଼ି ଶେଷ ହେବା ପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚ ଗାନ୍ଧୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ବହନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking