28.3 C
Bhubaneswar
Wednesday, July 29, 2026
Homeଓଡିଶାଅଗଷ୍ଟ ୯ କ୍ରାନ୍ତି ଦିବସ ଉପଲକ୍ଷେ ନବନିର୍ମାଣ ଯୁବଛାତ୍ର ସଂଗଠନର ଆହ୍ବାନ

ଅଗଷ୍ଟ ୯ କ୍ରାନ୍ତି ଦିବସ ଉପଲକ୍ଷେ ନବନିର୍ମାଣ ଯୁବଛାତ୍ର ସଂଗଠନର ଆହ୍ବାନ

ଭୁବନେଶ୍ବର: ଓଡ଼ିଶାର ନୂଆ ପାଠ୍ୟ ପୁସ୍ତକରେ ୧୬୭୮ ତ୍ରୃଟି ଏବଂ ଦୁର୍ନୀତିକୁ ନେଇ ଗଣଶିକ୍ଷା ମନ୍ତ୍ରୀ ଇସ୍ତଫା ଦାବୀ କରି ଅଗଷ୍ଟ ୯ କ୍ରାନ୍ତି ଦିବସରେ ଏକ ରାଜ୍ୟ ସ୍ତରୀୟ ଯୁବଛାତ୍ର ସମାବେଶ ଭୁବନେଶ୍ବର ଲୋୟର ପିଏମଜିରେ ଅନୁଷ୍ଠିତ ହେବ ବୋଲି ଆଜି ନବନିର୍ମାଣ ରାଜ୍ୟ କାର୍ଯ୍ୟାଳୟରେ ଯୁବଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ଏମ.ଡ଼ି ମନଓ୍ବର ଅଲ୍ଲୀ ପ୍ରକାଶ କରିଛନ୍ତି। ତତ୍ ସହିତ ଯଦି ନିଟ୍ ପେପର ଲିକ୍‌କୁ ନେଇ କକ୍ରୋଚ ଜନତା ପାର୍ଟି ଧାରଣାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେଲେ, ତେବେ ୧୬୭୮ ପାଠ୍ୟ ପୁସ୍ତକ ତ୍ରୃଟି ସରକାର ସ୍ବୀକାର କରିଛନ୍ତି, ତେବେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କାହିଁକି ଇସ୍ତଫା ଦେବେ ନାହିଁ ବୋଲି ପ୍ରଶ୍ନ ଉଠାଇଥିଲେ ଶ୍ରୀ ଅଲ୍ଲୀ। ଆପଣ ଜାଣିଛନ୍ତି, ଶିକ୍ଷା ଓ ଶିକ୍ଷା ବ୍ୟବସ୍ଥା ପିଲାଙ୍କର ଭବିଷ୍ୟତର ମୂଳ ଅନୁଷ୍ଠାନ। ଓଡ଼ିଶା ସରକାର ଜଳ, ଜଙ୍ଗଲ, ଜମି ଓ ଖଣିକୁ ଆମ୍ବାନୀ, ଆମ୍ବାନୀ, ଟାଟା, ବିର୍ଲା, ଜିନ୍ଦଲ, ବେଦାନ୍ତ କାମ୍ପାନୀ ହାତରେ ଟେକିଦେଇଛନ୍ତି, ଆଦିବାସୀଙ୍କୁ ବିସ୍ଥାପନର ଶିକାର କରି ଦାଦନ ଯିବା ପାଇଁ ବାଧ୍ୟ କରିବା ସହ ଭିକାରୀ କରିଛନ୍ତି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking