28.3 C
Bhubaneswar
Wednesday, July 29, 2026
Homeଓଡିଶାବଢ଼ୁଛି ବନ୍ୟା ବିପଦ: ନଦୀରୁ ଜଳ ନିଷ୍କାସନ ବାଧାପ୍ରାପ୍ତ

ବଢ଼ୁଛି ବନ୍ୟା ବିପଦ: ନଦୀରୁ ଜଳ ନିଷ୍କାସନ ବାଧାପ୍ରାପ୍ତ

ଭୁବନେଶ୍ୱର : ବନ୍ୟା ବିପଦକୁ ବଢ଼ାଉଛି ପୂର୍ଣ୍ଣିମା । ପୂର୍ଣ୍ଣିମା ଯୋଗୁଁ ସମୁଦ୍ରରେ ଜୁଆର ଆସୁଥିବାରୁ ନଦୀଗୁଡ଼ିକରୁ ଜଳ ନିଷ୍କାସନ ସ୍ବାଭାବିକ ହୋଇପାରୁ ନାହିଁ, ଯାହା ବନ୍ୟା ବିପଦକୁ ଅଧିକ ବଢ଼ାଇ ଦେଇଛି । ଏ ନେଇ ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ । ପୂର୍ଣ୍ଣିମା କାରଣରୁ ସମୁଦ୍ର ଜଳସ୍ତର ବୃଦ୍ଧି ପାଇଛି। ନଦୀ ମୁହାଣଗୁଡ଼ିକରେ ପ୍ରତିକୂଳ ସ୍ଥିତି ଯୋଗୁଁ ପାଣି ଧୀରେ ଧୀରେ ନିଷ୍କାସିତ ହେଉଛି। ଫଳରେ ତଳିଆ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ଗମ୍ଭୀର ହେବାର ଆଶଙ୍କା ରହିଛି । ରାଜ୍ୟରେ ଏବେ ବନ୍ୟା ସ୍ଥିତି ସାଂଘାତିକ । ଉତ୍ତର ଓଡ଼ିଶାରେ ବନ୍ୟା ବିପର୍ଯ୍ୟୟ। ଗତକାଲି ସନ୍ଧ୍ୟାରୁ ଉତ୍ତର ଓଡ଼ିଶାର ସାଳନ୍ଦୀ, ଜଳକା ଓ ବୈତରଣୀ ନଦୀରେ ବନ୍ୟା ଆସିଥିବା ବେଳେ ରାତିସାରା ପାଟ୍ରୋଲିଂ କରାଯାଇଛି । ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତଙ୍କ ସୂଚନା ଅନୁଯାୟୀ, ଆଖୁଆପଦାରେ ବୈତରଣୀ ନଦୀର ଜଳସ୍ତର ବିପଦ ସଙ୍କେତ ଅତିକ୍ରମ କରିଛି ଏବଂ ସ୍ଥାନେ ସ୍ଥାନେ ବାଲିବସ୍ତା ପକାଇ ପାଣି ଅଟକାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking