29.4 C
Bhubaneswar
Saturday, May 4, 2024
Homeଦେଶ ବିଦେଶପଞ୍ଜାବ କଂଗ୍ରେସର ନୂଆ ସଭାପତି ହେଲେ ନବଜୋତ ସିଂ ସିଦ୍ଧୁ

ପଞ୍ଜାବ କଂଗ୍ରେସର ନୂଆ ସଭାପତି ହେଲେ ନବଜୋତ ସିଂ ସିଦ୍ଧୁ

ନୂଆଦିଲ୍ଳୀ : ସଙ୍କଟ ଭିତରେ ପଞ୍ଜାବ କଂଗ୍ରେସର ନୂଆ ସଭାପତି ହେଲେ ନବଜୋତ ସିଂ ସିଦ୍ଧୁ । ଏହାସହ ୪ କାର୍ଯ୍ୟକାରୀ ସଭାପତିଙ୍କୁ ନିଯୁକ୍ତି ଦେଇଛନ୍ତି ହାଇକମାଣ୍ଡ । କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଏହି ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ମୁଖ୍ୟମନ୍ତ୍ରୀ ପଦରେ ରହିବେ କ୍ୟାପଟେନ ଅମରିନ୍ଦର ସିଂ ଓ ପ୍ରଦେଶ କଂଗ୍ରେସ ସଭାପତି ହେବେ ନବଜୋତ ସିଂ ସିଦ୍ଧୁ । ତେବେ ଆଶଙ୍କା କରାଯାଉଛି, ଦଳର ହାଇକମାଣ୍ଡଙ୍କ ଏହି ନିଷ୍ପତ୍ତି ପଞ୍ଜାବ କଂଗ୍ରେସରେ ସଙ୍କଟ କମାଇବା ବଦଳରେ ବଢାଇବ।

ରବିବାର କଂଗ୍ରେସ ବିଧାୟକମାନେ ସିଦ୍ଧୁଙ୍କୁ ସଭାପତି ନ କରିବାକୁ ଅନୁରୋଧ କରି ହାଇକମାଣ୍ଡଙ୍କୁ ପତ୍ର ଲେଖିଥିଲେ । ଦୀର୍ଘଦିନ ଧରି କ୍ୟାପଟେନ ଅମରିନ୍ଦର ସିଂ ଓ ସିଦ୍ଧୁଙ୍କ ମଧ୍ୟରେ ବିବାଦ ଲାଗି ରହିଛି । ଏହା ମଧ୍ୟରେ ଦଳର ହାଇକମାଣ୍ଡ ଏହି ନିଷ୍ପତ୍ତି ନେଇଛନ୍ତି । ଆସନ୍ତାବର୍ଷ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବାର ଅଛି । ଘୋଷଣା ପୂର୍ବରୁ ନବଜୋତ ସିଂ ସିଦ୍ଧୁ ପଞ୍ଜାବର ପଟ୍ଟିଆଲା, ଜଳନ୍ଧର ଓ ଅନ୍ୟାନ୍ୟ ସ୍ଥାନ ଗସ୍ତ କରି ଦଳୀୟ ବିଧାୟକଙ୍କୁ ଭେଟିଥିଲେ । ପୂର୍ବରୁ ବିବାଦ ବଢିବା ପରେ ସୋନିଆ, ପ୍ରିୟଙ୍କା ଓ ରାହୁଲଙ୍କୁ ଅଲଗା ଅଲଗା ଭେଟିଥିଲେ ଅମରିନ୍ଦର ସିଂ ଓ ନବଜୋତ ସିଂ ସିଦ୍ଧୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking