26.1 C
Bhubaneswar
Wednesday, January 8, 2025
Homeଓଡିଶାନବୀନ ନିବାସରେ ପଦ୍ମପୁର ନିର୍ବାଚନ ନେଇ ସମୀକ୍ଷା କଲେ ବିଜେଡି ସୁପ୍ରିମୋ

ନବୀନ ନିବାସରେ ପଦ୍ମପୁର ନିର୍ବାଚନ ନେଇ ସମୀକ୍ଷା କଲେ ବିଜେଡି ସୁପ୍ରିମୋ

ଭୁବନେଶ୍ୱର: ପଦ୍ମପୁର ନିର୍ବାଚନ ଫଳାଫଳ ପୂର୍ବରୁ ନବୀନ ନିବାସରେ ମାନସ ମନ୍ଥନ ହୋଇଛି । ୫୦ରୁ ଉର୍ଦ୍ଧ୍ବ ବିଜେଡି ନେତା ସୁପ୍ରିମୋଙ୍କୁ ରିପୋର୍ଟ କାର୍ଡ ଦେଇଛନ୍ତି । ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବରଗଡ଼ ପର୍ଯ୍ୟବେକ୍ଷକଙ୍କ ସହ ପଦ୍ମପୁର ଦାୟିତ୍ୱରେ ଥିବା ନେତାଙ୍କୁ ନବୀନ ନିବାସ ଡକାଯାଇଥିଲା । ଆଉ ନବୀନ ନିବାସରେ ଶାସକ ଦଳର ରୁଦ୍ଧ ଦ୍ୱାର ବୈଠକ ହୋଇଛି। ମିଳିଥିବା ସୂଚନା ମୁତାବକ ଏହି ବୈଠକରେ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବରଗଡ଼ ପର୍ଯ୍ୟବେକ୍ଷକ ସୁଧୀର ସାମଲ, ମନ୍ତ୍ରୀ ରୋହିତ ପୂଜାରୀ, ବିଧାୟକ ବ୍ରଜ ପ୍ରଧାନ ଓ ସୁଶାନ୍ତ ରାଉତଙ୍କ ଭଳି ଅନେକ ବଡ଼ ବଡ଼ ନେତା ଉପସ୍ଥିତ ଥିଲେ ।

ତେବେ ବୈଠକକୁ ନେଇ ବିଜେଡି ନେତା ସୁଧୀର ସାମଲ କହିଛନ୍ତି ଯେ ବିପୁଳ ଭୋଟରେ ବିଜେଡି ବିଜୟୀ ହେବ। ତିନିଟି ଯାକ ବ୍ଲକ ଓ ଏନଏସିରେ ଦଳ ଲିଡ଼ କରିବ । ଲୋକଙ୍କର ସମସ୍ୟା କଣ ଅଛି, ସରକାରୀ ଯୋଜନା ତଳ ସ୍ତରରେ କେମିତି ପହଁଚୁଛି, ଲୋକଙ୍କ ଆବଶ୍ୟକତା କଣ ରହୁଛି କିପରି ସମସ୍ୟାର ସମାଧାନ କରାଯିବ ସେ ସମ୍ପର୍କରେ ୧୫ ତାରିଖ ସୁଦ୍ଧା ବିସ୍ତୃତ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବିଜୟ ପରେ ଦାୟିତ୍ୱରେ ଥିବା ସବୁ ନେତା ପଦ୍ମପୁର ଯାଇ ଲୋକଙ୍କୁ ଧନ୍ୟବାଦ ଦେବାସହ ସେମାନଙ୍କ ସମସ୍ୟା ସମାଧାନ ଦିଗରେ ଆଲୋଚନା କରିବେ ବୋଲି ବିଜେଡି ସୁପ୍ରିମୋ ନିର୍ଦ୍ଦେଶ ଦେଇଥିବା ବିଜେଡି ନେତାମାନେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking