26.9 C
Bhubaneswar
Wednesday, July 15, 2026
Homeଓଡିଶାଏନ୍ ସି ସି ଦ୍ବାରା ବ୍ୟାସନଗର ସ୍ବୟଂ ଶାସିତ ମହାବିଦ୍ୟାଳୟ ରେ ଜାତୀୟ ଏକତା ଦିବସ...

ଏନ୍ ସି ସି ଦ୍ବାରା ବ୍ୟାସନଗର ସ୍ବୟଂ ଶାସିତ ମହାବିଦ୍ୟାଳୟ ରେ ଜାତୀୟ ଏକତା ଦିବସ ପାଳିତ

ଯାଜପୁର: ଆଜି ବ୍ୟାସନଗର ସ୍ବୟଂ ଶାସିତ ମହାବିଦ୍ୟାଳୟ ରେ ଏକ ଓଡିଶା ଏନ୍ ସି ସି ବାଟାଲିୟନ ଦ୍ବାରା ଜାତୀୟ ଏକତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମହାବିଦ୍ୟାଳୟରୁ ଏକ ସଚେତନତା ରାଲି ବାହାରି ଫେରୋକ୍ରୋମ ଗେଟ୍ ପର୍ଯ୍ୟନ୍ତ ଯାଇଥିଲା। ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ହିମାଂଶୁ ଶେଖର ଦ୍ବିବେଦୀ ସୁବୁଜ ପତାକା ଦେଖାଇ ରାଲିକୁ ଉଦ୍ଘାଟନ କରିଥିଲେ। ଏନ୍ ସି ସି କ୍ୟାଡେଟମାନେ ରାଷ୍ଟ୍ରୀୟ ଏକତା ବୃଦ୍ଧି ପାଇଁ ସ୍ଲୋଗାନମାନ ଦେଇଥିଲେ। ରାଲିପରେ ମହାବିଦ୍ୟାଳୟ ର ସଭାଗୃହ ରେ ଏକ ସେମିନାର ଆୟୋଜନ ହୋଇଥିଲା। ଏନ୍ ସି ସି ଅଫିସର କ୍ଯାପ୍ଟେନ୍ ପୂର୍ଣ ଚନ୍ଦ୍ର ସ୍ଵାଇଁ ଏକତା ର ଭାବ ହିଁ ସମସ୍ତଙ୍କୁ ଗୋଟିଏ ସୂତ୍ରରେ ବାନ୍ଧି ରଖିପାରିବ ବୋଲି ନିଜର ଦୃଢ଼ ମତ ଉପସ୍ଥାପନ କରିଥିଲେ। ଛାତ୍ରଛାତ୍ରୀମାନେ ରାଷ୍ଟ୍ରୀୟ ଏକତା କୁ ନିଜ ଜୀବନ ରେ ବ୍ରତ କରିବା ପାଇଁଁ ପରାମର୍ଶ ଦେଇଥିଲେ। ଆଲୋଚନା ରେ ସମସ୍ତ କ୍ୟାଡେଟ ଅଂଶ ଗ୍ରହଣ କରି ନିଜ ନିଜର ମତ ଉପସ୍ଥାପନ କରିଥିଲେ। ଶେଷରେ ଏନ୍ ସି ସି କ୍ୟାଡେଟମାନଙ୍କ ମଧ୍ୟରେ ଜାତୀୟ ଏକତା କୁ ଆଧାର କରି ଏକ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇଥିଲା ଏବଂ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking