24.1 C
Bhubaneswar
Tuesday, February 18, 2025
Homeଦେଶ ବିଦେଶଗୀତ ଶୁଣୁଥିବା ବେଳେ କାନରେ ଫାଟିଗଲା ଇଅରଫୋନ୍

ଗୀତ ଶୁଣୁଥିବା ବେଳେ କାନରେ ଫାଟିଗଲା ଇଅରଫୋନ୍

ଜୟପୁର: ଜଣେ ଯୁବକ କାନରେ ବ୍ଲୁଟୁଥ ଇଅରଫୋନ ଲଗାଇ ଗୀତ ଶୁଣୁଥିଲେ । ହେଲେ ହଠାତ୍ ଏହି ଇଅରଫୋନଟି ଫାଟିଯିବାରୁ ତାଙ୍କର ମୃତ୍ୟୁ ଘଟିଛି । ରାଜସ୍ଥାନର ଜୟପୁରରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ଡାକ୍ତର କହିଛନ୍ତି କାନରେ ବ୍ଲୁଟୁଥ ଇଅରଫୋନ୍ ଥିବା ବେଳେ ହଠାତ୍ ବିସ୍ଫୋରଣ କରିଥିଲା । ଏହାଦ୍ୱାରା ଯୁବକ ଜଣଙ୍କ ହୃଦଘାତର  ଶିକାର ହୋଇ ତାଙ୍କର ମୃତ୍ୟୁ ଘଟିଛି ।

ମୃତକ ଜଣକ ଜୟପୁର ଚଉମୁ ଅଞ୍ଚଳର ଉଦଇପୁରିଆ ଗାଁର ରାକେଶ ନଗର ବୋଲି ଜଣାପଡ଼ିଛି । କାନରେ ବ୍ଲୁଟୁଥ ଇଅରଫୋନ୍ ଲଗାଇ ସେ ଗୀତ ଶୁଣୁଥିଲେ । ଏହି ସମୟରେ ବ୍ଲୁଟୁଥ ଇଅରଫୋନଟି ବିସ୍ଫୋରଣ କରିଥିଲା । ପରେ ରାକେଶ ଘଟଣାସ୍ଥଳରେ ଗୁରୁତର ହୋଇ ପଡ଼ିଥିଲେ । ସଙ୍ଗେସଙ୍ଗେ ତାଙ୍କୁ ପାଖରେ ଥିବା ସିଦ୍ଧିବିନାୟକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking