20.1 C
Bhubaneswar
Wednesday, January 8, 2025
Homeଓଡିଶାବିଜେପିକୁ ନରସିଂହଙ୍କ କଟାକ୍ଷ

ବିଜେପିକୁ ନରସିଂହଙ୍କ କଟାକ୍ଷ

ଭୁବନେଶ୍ୱର : ମହାତ୍ମା ଗାନ୍ଧୀଙ୍କ ଓଡିଶା ଗସ୍ତକୁ ୧୦୦ ବର୍ଷ ପୂରଣ ଅବସରରେ ଆୟୋଜିତ ହୋଇଥିବା ଆଲୋଚନା ଚକ୍ରରେ କଡା ମନ୍ତବ୍ୟ ରଖିଛନ୍ତି କଂଗ୍ରେସ ଦଳରେ ବିଧାୟକ ନରସିଂହ ମିଶ୍ର । ସେ କହିଛନ୍ତି ଯେ, ଯେଉଁମାନେ ଗାନ୍ଧୀଙ୍କ ହତ୍ୟାକାରୀ ନୀତି ଆର୍ଶରେ ଅନୁପ୍ରାଣିତ , ସେହି ଦଳର ଲୋକ ଆଜି ଦେଶ ଶାସନ କରୁଛନ୍ତି ।  ନରସିଂହ ମିଶ୍ରଙ୍କ ଏହି ମନ୍ତବ୍ୟ ଦେବା ପରେ ବିଜେପି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଗାନ୍ଧୀଙ୍କ ପ୍ରସଙ୍ଗକୁ ନେଇ ନରସିଂହ ରାଜନିତୀ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ଏଥିରେ ନରସିଂହ ମିଶ୍ର କହିଛନ୍ତି ଯେ, ସେ ରାଜନିତୀ ଭିତରକୁ ଗଲେ କିଛି ବନ୍ଧୁ ଏଠାରେ ବସିପାରିବେ ନାହିଁ ।

ନରସିଂହ ମିଶ୍ର କହିଥିଲେ ଯେ, ଜାତିର ପିତାଙ୍କୁ ଯେଉଁ ବିଚାରଧାରା ହତ୍ୟା କରିଥିଲା । ସେହି ବିଚାରଧାରାରେ ଅନୁପ୍ରାଣିତ ହେଉଥିବା ଲୋକେ ଆଜି ଦେଶ ଶାସନ କରୁଛନ୍ତି । ସେ କହିବାର ଅର୍ଥ ଥିଲା , ବିଜେପି ଦଳର ଜଣେ ସାଂସଦ ମହାତ୍ମା ଗାନ୍ଧୀଙ୍କ ପ୍ରତିମୁର୍ତ୍ତିକୁ ଗୁଳି କରିବା ସହିତ ନାଥୁରାମ ଗଡସେଙ୍କ ମନ୍ଦିର ପ୍ରତିଷ୍ଠା କରିଥିଲେ । ଏହାନେଇ ତାଙ୍କୁ କଦାପି କ୍ଷମା କରାଯିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ । କିନ୍ତୁୂ ଏହାପରେ ମଧ୍ୟ ସେହି ବ୍ୟକ୍ତି ସରକାରୀ ଦଳର ସଭ୍ୟ ଅଛନ୍ତି ।

ନରସିଂହଙ୍କ ବକ୍ତବ୍ୟ ପରେ ବିଜେପିର ନେତାମାନେ ଦଳରେ ହୋହାଲ୍ଲା କରିଥିଲେ ଓ ନରସିଂହ କେବଳ ରାଜନିତୀ କରୁଛନ୍ତି ବୋଲି ଅଭିଯୋଗ ଆଣିଥିଲେ । ବିଜେପିର ଏହି ଅଭିଯୋଗ ପରେ ନରସିଂହ କହିଥିଲେ ଯେ, ସ୍ୱାଧିନତାର ୫୨ ବର୍ଷ ପରେ ମଧ୍ୟ ଅଫିସରେ ଜାତୀୟ ପତାକା ଉଡିନଥିଲା ଏହା କହି ସେ ବିଜେପିକୁ କଟାକ୍ଷ କରିିଥିଲେ । ତେଣୁ ଆମକୁ ଏହି କଥାରେ ନିନ୍ଦା କରିବା ଉଚିତ ବୋଲି ସେ କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking