34.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଏନ. ଭି. ରମଣ ପରବର୍ତ୍ତୀ ସିଜେଆଇ

ଏନ. ଭି. ରମଣ ପରବର୍ତ୍ତୀ ସିଜେଆଇ

ନୂଆଦିଲ୍ଲୀ : ଜଷ୍ଟିସ ଏନ.ଭି. ରମଣ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି (ସିଜେଆଇ) ହୋଇପାରନ୍ତି । ଏଥିଲାଗି ବର୍ତ୍ତମାନର ସିଜେଆଇ ଜଷ୍ଟିସ ଏସ. ଏ. ବୋବଡେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ସୁପାରିସ କରିଛନ୍ତି । ବରିଷ୍ଠତା ଭିତ୍ତିରେ ସିଜେଆଇ ବୋବଡେ ଜଷ୍ଟିସ ରମଣଙ୍କୁ ନିଯୁକ୍ତି ଦେବା ଲାଗି ଚିଠିରେ ସୁପାରିସ କରିଛନ୍ତି ।

ସୂଚନା ଅନୁସାରେ, ଆସନ୍ତା ଏପ୍ରିଲ ୨୩ ତାରିଖରେ ଜଷ୍ଟିସ ବୋବଡେଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ଏହା ପୂର୍ବରୁ ସରକାର ନୂତନ ପ୍ରଧାନ ବିଚାରପତିଙ୍କୁ ନିଯୁକ୍ତ କରିବେ । ସୁପ୍ରିମକୋର୍ଟର ପରମ୍ପରା ଅନୁସାରେ ପ୍ରଧାନ ବିଚାରପତି ହିଁ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ନୂତନ ସିଜେଆଇ ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଥାନ୍ତି । ୨୦୦୦ ମସିହାରେ ଜଷ୍ଟିସ ରମଣ ଆନ୍ଧ୍ରପ୍ରଦେଶ ହାଇକୋର୍ଟରେ ସ୍ଥାୟୀ ବିଚାରପତି ଭବାରେ ନିଯୁକ୍ତି ପାଇଥିଲେ । ୨୦୧୩ରେ ସେ ଆନ୍ଧ୍ର ହାଇକୋର୍ଟରେ ଦୁଇ ମାସ କାର୍ଯ୍ଯକାରୀ ମୁଖ୍ୟ ବିଚାରପତି ଥିଲେ । ୨୦୧୩ ସେପ୍ଟେମ୍ବରରେ ଦିଲ୍ଲୀ ହାଇକୋର୍ଟରେ ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତି ପାଇଥିଲେ ଜଷ୍ଟିସ ରମଣ । ୨୦୧୪ ଫେବ୍ରୁଆରୀ ୧୭ ତାରିଖରେ ସୁପ୍ରିମକୋର୍ଟ ବିଚାରପତି ଭାବରେ ତାଙ୍କୁ ନିଯୁକ୍ତି ମିଳିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking