39.8 C
Bhubaneswar
Thursday, April 18, 2024
Homeଓଡିଶାବଲାଙ୍ଗିର ରେ ଗୋଣ୍ଡୱାନା ଭବନ ଉଦଘାଟନ କଲେ ନରସିଂହ

ବଲାଙ୍ଗିର ରେ ଗୋଣ୍ଡୱାନା ଭବନ ଉଦଘାଟନ କଲେ ନରସିଂହ

 
ବଲାଙ୍ଗିର: ଆଜି ବଲାଙ୍ଗିର ରେ ଗୋଣ୍ଡୱାନା ଭବନର ଉଦଘାଟିତ ହୋଇ ଯାଇଛି । ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଗୋଣ୍ଡୱାନା ଭବନ ର ଉଦଘାଟନକରିଛନ୍ତି।
ଏହି ଉଦଘାଟନି ଉତ୍ସବରେ, ପ୍ରଥମେ ବଡ଼ ଦେଓ ଙ୍କୁ ପୂଜା ପାଠ କରାଯାଇ ତାଙ୍କର ଶୁଭ ଆଶୀର୍ବାଦ ଯାଚନା କରାଯାଇଥିଲା । ପରେ ପରେ ସହସ୍ରାଧିକ ସଭ୍ୟଙ୍କ ପଞ୍ଜିକରଣ କରାଯାଇ ସମସ୍ତଙ୍କୁ ସ୍ୱାଗତ କରିବା ସହ , ବଲାଙ୍ଗିର ଜିଲ୍ଲାର ସମସ୍ତ ୧୨୬ କାର୍ଯ୍ୟାଳୟ ର ସଭାପତି ମାନଙ୍କୁ ଗୋଣ୍ଡୱାନା ପାଗଡ଼ି ଦେବା ସହ ସମ୍ମାନ ପ୍ରଦାନ କରାଯାଇଥିଲା । ଦିନ ପ୍ରାୟ ୧୧ ଟା ସମୟରେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଆସିବ ପରେ ତାଙ୍କୁ ସମ୍ମାନ ର ସହ ପାଛୋଟି ଆଣି, ତାଙ୍କ ସହ ପୂଜା ଅର୍ଚନା କରି , ଗୋଣ୍ଡୱାନା ଭବନ ର ଶୁଭ ଉଦ୍ଘାଟନ କରାଯାଇଥିଲା । ପରେ ପରେ ଜିଲ୍ଲା ଆୟୋଜନ ସମିତି ତରଫରୁ ଏକ ବିଶାଳ ସଭା କରାଯାଇଥିଲା। ପରିଶେଷରେ ଆୟୋଜକ ସମିତି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking