28.1 C
Bhubaneswar
Thursday, May 2, 2024
Homeଓଡିଶାଭୁବନେଶ୍ୱରନୂପୁର ଶର୍ମାଙ୍କ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ମତ ଦାବି କଲେ ନରସିଂହ

ନୂପୁର ଶର୍ମାଙ୍କ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ମତ ଦାବି କଲେ ନରସିଂହ

ଭୁବନେଶ୍ୱର : ନୂପୁର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟରେ ବିଧାନସଭା ହୁଲୁସ୍ତୁଲ ହୋଇଛି । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର , ବିରୋଧୀ ଉପନେତା ବିଷ୍ଣୁ ସେଠୀ ମୁହାଁମୁହିଁ । ବିଜେପିର ମୁଖପାତ୍ର ଥିବା ନୂପୁର ଶର୍ମା ଗତକାଲି ସୁପ୍ରିମକୋର୍ଟକୁ ନିଜର ସୁରକ୍ଷା ପାଇଁ ଯାଇଥିଲେ । କିନ୍ତୁ ସୁପ୍ରିମକୋର୍ଟ ତାଙ୍କୁ କଡା ଭର୍ସନା କରିଥିଲେ । ପ୍ରଫେଟ ମହମ୍ମଦଙ୍କ ଉପରେ ବୟାନ ଦେଇଥିଲେ ନୂପୁର ଶର୍ମା । ଏହି ବୟାନ ପରେ ସାରା ପୃଥିବୀରେ ନିଆଁ ଜଳିଥିଲା । ଭାରତ ବର୍ଷରେ ଏହାର ପ୍ରତିକ୍ରିୟା ଦେଖାଦେଇ ଥିଲା ।ଏହି ଘଟଣା ରାଜସ୍ଥାନରେ ଉଗ୍ରରୂପ ନେଇଥିଲା । ଆଜି ବିଧାନସଭାର ଗୃହ ମୁଲତବୀ ହେବା ପରେ ନରସିଂମିଶ୍ର ଏ ନେଇ ବୟାନ ଦେଇଛନ୍ତି । ସେ କହିଛନ୍ତି କି, ବିଜେପି ଦଳର ସେ ମୁଖପାତ୍ର । ସେ ଦଳର ମତାମତ ଉପସ୍ଥାପିତ କରିଥାନ୍ତି । ବିଜେପି ଦଳ କେବେ କହିନାହିଁ , ସେ ଯାହା କହିଛନ୍ତି ତାହା ବିଜେପି ଦଳର ମତ ନୁହେଁ । ତେବେ ସେ ମତାମତକୁ ନେଇ ବଜେପି ଦଳ ହିଁ ଦାୟୀ । ସୁପ୍ରିମକୋର୍ଟ ବିଜେପି ଦଳର ନାଁ ନେଇ ନାହାନ୍ତି । ତଥାପି କହିଛନ୍ତି ରାଜନୈତିକ ଉଦ୍ଦେଶ୍ୟରେ ମଧ୍ୟ ଏହା କୁହାଯାଇପାରେ । ତେବେ ସୁପ୍ରିମକୋର୍ଟ ବିଜେପି ଦଳକୁ ଭର୍ତ୍ସନା କରିଛନ୍ତି, କେନ୍ଦ୍ର ସରକାରଙ୍କୁ ମଧ୍ୟ ଭର୍ତ୍ସନା କରିଛନ୍ତି । କେନ୍ଦ୍ରର ସ୍ୱରାଷ୍ଟ୍ର ମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ଙ୍କର କୈାଣସି ଅଧିକାର ନାହିଁ ଶାସନ ଗାଦୀରେ ରହିବାର । ସୁପ୍ରିମକୋର୍ଟଙ୍କ ରାୟ ପରେ ଦିଲ୍ଲୀ ପୋଲିସ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛି । ସେ ନିର୍ଦ୍ଦେଶ ଦେଇଛନ୍ତି , ନୂପୁର ଶର୍ମା କ୍ଷମା ମାଗନ୍ତୁ ଏବଂ କେନ୍ଦ୍ର ସରକାର ଏ ନେଇ ପଦକ୍ଷେପ ନିଅନ୍ତୁ । ସବୁଠାରୁ ବଡ କଥା ଯିଏ ନିଜର ସୁରକ୍ଷା ପାଇଁ ସୁପ୍ରିମକୋର୍ଟର ଦ୍ୱାରସ୍ଥ୍ୟ ହୋଇଛନ୍ତି ସେ ସାରା ଦେଶ ପାଇଁ ପ୍ରୋବ୍ଲେମ । ତେଣୁ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଗୃହକୁ ଆସି ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ।ସେ ଏହାକୁ ନିନ୍ଦା କରୁଛନ୍ତି ନା ପ୍ରଶଂସା କରୁଚନ୍ତି । ଯାହା ବିଜେପି ମୁଖପାତ୍ର କହିଥିଲେ ସେଥିରେ ସେ ସହମିତି ଅଛନ୍ତି ନା ନାହାନ୍ତି । ତେବେ ଏହାକୁ ନେଇ ଗୃହରେ ତୁମ୍ୱିତୋଫାନ ହୋଇଥିଲା । ପରିସ୍ଥିତି ଏମିତି ହୋଇଥିଲା ଯେ, ଗୃହ ମୁଲତବୀ କରିବାକୁ ବାଧ୍ୟ ହୋଇଥିଲେ ବାଚସ୍ପତି । ଏହାକୁ ଦୃଷ୍ଟିରେ ରଖି ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking